ନିଜ ପାରିଶ୍ରମିକରୁ ସଞ୍ଚୟ କରି ବସ୍ତି ପିଲାଙ୍କ ମୁହଁରେ ଫୁଟାଉଛନ୍ତି ହସ ଭୁବନେଶ୍ବର: ଖାକି ଖୋଲିଦେଇ ପାରେ ବିଶାଳ ହୃଦୟ । କଠୋର ଚେହରା ଭିତରେ ରହିପାରେ କୋମଳ ଦୃଦୟ । ସମାଜରେ ବାଣ୍ଟିପାରେ ନିଆରା ବାର୍ତ୍ତା । ଅଫିସରେ ପ୍ରତି ମାସ ଦରମାରୁ ସଞ୍ଚୟ କରି ଅଫିସ ପାଖ ବସ୍ତି ପିଲାଙ୍କ ପାଇଁ କରନ୍ତି ଖର୍ଚ୍ଚ । ଏଭଳି ମହତ କାର୍ଯ୍ୟ କରି ଚର୍ଚ୍ଚାରେ କ୍ରାଇମବ୍ରାଞ୍ଚର STF ଓ EOW କାର୍ଯାଳୟ । ସେବା ମନୋଭାବର ଆଉ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଏହି ଖାକି ପୋଷାକଧାରୀ ଅଫିସରଙ୍କୁ ଏବେ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।
ଶୀତ ଦିନରେ ଅଫିସ ପାଖ ବସ୍ତିରୁ କୁନିକୁନି ପିଲାଙ୍କୁ ଡାକି ଅଫିସ ଭିତରେ ଶୀତବସ୍ତ୍ର ବଣ୍ଟନ । ଏଭଳି ମହତ କାର୍ଯ୍ୟ କରି ଏବେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି ଏସ୍ଟିଏଫ୍ କାର୍ଯ୍ୟାଳୟ । ଏହି ଅଫିସରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଖାକି ଯେ ଖୋଲିଦେଇ ପାରେ ତାଙ୍କର ବିଶାଳ ହୃଦୟ, ଅପରାଧୀଙ୍କ ପାଇଁ କଠୋର ହେଲେ ବି ତାଙ୍କ ହୃଦୟରେ ବି ଥାଏ କୋମଳତା । ରାଜ୍ୟରେ ଶୀତର ପ୍ରବାହ ଜାରି ରହିଥିଲାବେଳେ ଜାଡ଼ରୁ ରକ୍ଷା ପାଇଁ ବସ୍ତି ପାଖ ପିଲାଙ୍କୁ ଶୀତବସ୍ତ୍ର ବାଣ୍ଟିଛନ୍ତି ଏସ୍ଟିଏଫ୍ ଓ ଇଓଡବ୍ଲୁ କାର୍ଯ୍ୟାଳୟର କର୍ମଚାରୀ ।
ଏହା ମଧ୍ୟ ପଢ଼ନ୍ତୁ...ମହିଳା ହୋମଗାର୍ଡଙ୍କ ମହାନତା, ଏଟିଏମରୁ ପାଇଥିବା ଟଙ୍କା ଫେରାଇ ହେଲେ ପୁରସ୍କୃତ
ଏସ୍ଟିଏଫ୍ ଓ ଇଓଡବ୍ଲୁ କାର୍ଯ୍ୟାଳୟର କର୍ମଚାରୀ ବର୍ଷକର ସଞ୍ଚୟ ବସ୍ତି ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି, ତାହା ପୁଣି ସମସ୍ତ କର୍ମଚାରୀ ମିଳିମିଶି ନେଇଛନ୍ତି ଏଭଳି ନିଷ୍ପତ୍ତି । କେବଳ ଶୀତରେ ନୁହେଁ, ବର୍ଷକୁ ଚାରିଥର ଅଫିସରେ ଏକାଠି ହୁଅନ୍ତି ବସ୍ତିପିଲା । ପ୍ରତିବର୍ଷ ମାସିକ ଦରମାରୁ କିଛି ଅଫିସରେ ସଂଗ୍ରହ କରି ସଞ୍ଚୟ କରୁଥିବା ଅର୍ଥରେ ଏଭଳି କିଛି ମହତ କାର୍ଯ୍ୟ କରନ୍ତି ଏସ୍ଟିଏଫ୍ ଏବଂ ଇଓଡବ୍ଲୁର କର୍ମଚାରୀମାନେ । ପ୍ରତିବର୍ଷ ମାସିକ ଦରମାରୁ ଅଫିସ୍ରେ ମିଳିମିଶି କିଛି ଅର୍ଥ ସଞ୍ଚୟ କରି ସମାଜ ସେବା ପାଇଁ କରନ୍ତି ନିୟୋଜନ । ପ୍ରତି କର୍ମଚାରୀଙ୍କ ଖର୍ଚ୍ଚର କିଛି ସଞ୍ଚୟ ଅଫିସ ପାଖରେ ଥିବା ବସ୍ତି ପିଲାଙ୍କ ପାଇ ଖର୍ଚ୍ଚ କରନ୍ତି । ପ୍ରତି ୩ ମାସରେ ଥରେ ପିଲାଙ୍କୁ ଡାକି କାର୍ଯ୍ୟାଳୟରେ ପିଲାଙ୍କୁ କିଛି ସହାୟତା ପ୍ରଦାନ କରନ୍ତି । ଏପରିକି ହୋଲି ହେଉ ବା ଦୀପାବଳି, ରଜ ହେଉ ବା ବଡ଼ଦିନ ଛୁଟି, ଏହି ଅବସରରେ ବାଣ୍ଟନ୍ତି ପିଲାଙ୍କ ମଧ୍ୟରେ ଖୁସି । ଅଫିସ ପାଖରେ ଥିବା ବସ୍ତି ପିଲାଙ୍କୁ ଦିଅନ୍ତି ହର୍ଲିକ୍ସ, ଚକୋଲେଟ, ହୋଲି ଦୀପାବଳିରେ ରଙ୍ଗ ଆଉ ବାଣ ସହ ମିଠା ବାଣ୍ଟନ୍ତି ସମସ୍ତ କର୍ମଚାରୀ । ଏବେ ଶୀତ ଜାଡ଼ର ଅନୁଭବ କରି ପିଲାଙ୍କ ପାଇଁ ରଙ୍ଗ ବେରଙ୍ଗର ସ୍ୱେଟର ଆଉ ଜ୍ୟାକେଟ୍ ଦେଇଛନ୍ତି । ଏହା ସହିତ ଚକୋଲେଟ୍ ସହ ପାଳନ କରିଛନ୍ତି ବଡ଼ଦିନ ଛୁଟି ।
ଇଟିଭି ଭାରତ, ଭୁବନେଶ୍ବର