ଓଡିଶା

odisha

ବସ୍ତି ପିଲାଙ୍କ ମୁହଁରେ ଖୁସି ଆଣିଲା ଦୀପ, ପ୍ରସ୍ତୁତ କରି ମେଣ୍ଟାଉଛନ୍ତି ପାଠପଢା ଖର୍ଚ୍ଚ

By ETV Bharat Odisha Team

Published : Nov 7, 2023, 10:21 PM IST

ଭୁବନେଶ୍ବର ରେଳ ଷ୍ଟେସନ ବସ୍ତି ପିଲାଙ୍କ ନିଆରା ପ୍ରୟାସ । ଆକର୍ଷଣୀୟ ରଙ୍ଗୀନ ଦୀପ ପ୍ରସ୍ତୁତ କରି ମେଣ୍ଟାଉଛନ୍ତି ପାଠପଢା ଖର୍ଚ୍ଚ। ଦୀପ ଦେଉଛି ପରିବେଶ ସଚେତନତା ବାର୍ତ୍ତା । ଅଧିକ ପଢନ୍ତୁ

slum student make unique lamps
slum student make unique lamps

slum student make unique lamps

ଭୁବନେଶ୍ବର:ପାଖେଇ ଆସିଲାଣି ଆଲୋକର ପର୍ବ। ଆଉ ମାତ୍ର କିଛି ଦିନ ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ରାସ୍ତାଘାଟ ଦୋକାନ ବଜାର ଝଲସିବ। ଏନେଇ ବ୍ୟବସାୟୀମାନେ ଆରମ୍ଭ କରିଲେଣି ବ୍ୟବସାୟ। ଦୀପାବଳିରେ ସମସ୍ତେ ନିଜ ଜୀବନରୁ ଅନ୍ଧାର ଦୂର କରିବାକୁ କାମନା କରୁଥିବା ବେଳେ ନିଜ ଭବିଷ୍ୟତକୁ ଆଲୋକିତ କରିବାକୁ ଦୀପ ପ୍ରସ୍ତୁତିରେ ଲାଗିପଡିଛନ୍ତି ଭୁବନେଶ୍ଵର ରେଳ ଷ୍ଟେସନ ବସ୍ତିର ପିଲା। ଭଳିକି ଭଳି ଇକୋ ଫ୍ରେଣ୍ଡଲି ଦୀପ ପ୍ରସ୍ତୁତ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି।

ଦିନେ ଜରି ଗୋଟାଉଥିଲେ, ଏବେ ଦୀପ ତିଆରିଲେ: ବିଗତ ଦିନ ମାନଙ୍କରେ ରାସ୍ତାକଡ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଦୋକାନ ବଜାର ସମ୍ମୁଖରୁ ଜରି ବୋତଲ ପ୍ଲାଷ୍ଟିକ ଗୋଟାଉଥିଲେ ବସ୍ତି ପିଲା। ଏବେ ସେମାନେ ସେହି ହାତରେ ନିଜ ଭବିଷ୍ୟତକୁ ଆଲୋକିତ କରିବାକୁ ପ୍ରୟାସ କରୁଛନ୍ତି। ବର୍ତ୍ତମାନ ସମୟରେ ପରିବେଶକୁ ନେଇ ସଚେତନତା କରାଯାଉଥିବା ବେଳେ ଏହି ପିଲାମାନେ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି। ଘିଅ, ଦହି କ୍ଷୀର ଗୋମୁତ୍ର ଓ ଗୋବର ରୁ ପ୍ରସ୍ତୁତ କରୁଛନ୍ତି ଏହି ଦୀପମାନ। ଏହି ଦିପ ଘରେ ଘରେ ଜାଳିବା ଦ୍ଵାରା ଏକ ସକାରାତ୍ମକ ଶକ୍ତି ରହିବା ଲାଗି ବିଶ୍ଵାସ କରାଯାଏ। ଏନେଇ ବସ୍ତିର ପିଲା ମାନେ ମାଟି ଓ ପଞ୍ଚଗବ୍ୟର ଦୀପରେ ଭଳିକି ଭଳି ରଙ୍ଗ ଦେଇ ସେସବୁକୁ ଆକର୍ଷଣୀୟ ରୂପ ଦେବାରେ ଲାଗିପଡିଛନ୍ତି ବସ୍ତିର 100 ରୁ ଅଧିକ ପିଲା। ବଜାରରୁ ମାଟି ଦୀପ କିଣି ସେଥିରେ ରଙ୍ଗାତୁଳି ଦେଇ ସେଥିରେ ବିଭିନ୍ନ ଚିତ୍ରକଳା କରୁଛନ୍ତି।

ଆଶାୟେ ପକ୍ଷରୁ କରାଯାଇଛି ସାମିଲ:ରାଜଧାନୀର 5 ଟି ବସ୍ତିର ସ୍କୁଲ ଓ କଲେଜ ପିଲାଙ୍କୁ ସାମିଲ କରାଯାଇଛି। ତେବେ ଏହି ସମସ୍ତ ବସ୍ତିରୁ ଭୁବନେଶ୍ଵର ରେଳ ଷ୍ଟେସନ ବସ୍ତି ଅନ୍ଯତମ। ବସ୍ତି ପିଲାଙ୍କୁ ମୁଖ୍ୟ ସ୍ତ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ପାଠ ପଢିବା ସମେତ ନିଜର ପ୍ରତିଭାକୁ ପ୍ରତିପାଦନ କରୁଛନ୍ତି।

ତେବେ ଦିନକୁ ଶହ ଶହ ଦୀପକୁ ରଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରାୟାସ ଆରମ୍ଭ କରିଛନ୍ତି। ତେବେ ପଞ୍ଚଗବ୍ୟର ଦାମ 30-40 ଟଙ୍କା ରହିଥିବା ବେଳେ ଗିଫ୍ଟ ପାଇଁ ହେଲେ 200 ଟଙ୍କା ରଖାଯାଇଛି। ତେବେ ଏନି ସହରରେ ବିଭିନ୍ନ ସ୍ଥାନରେ ଦୀପ ବିକ୍ରିର ବ୍ୟବସ୍ଥା କରାଯାଇଛି।


ତେବେ ଏନେଇ ବସ୍ତିର ପିଲାମାନେ କହିଛନ୍ତି, "ଦୀର୍ଘ 4 ବର୍ଷ ହେଲା ଏଭଲି ଭାବରେ ଦୀପ ପ୍ରସ୍ତୁତ କରିଆସୁଛୁ। ଦିନକୁ ସମସ୍ତେ ମିଶି ପାଖପାଖି 700-800 ଟି ଦୀପ କରିପାରୁଛୁ। ଦୀପ କିଣିଲେ ଆମର ରୋଜଗାର ମଧ୍ୟ ବଢିବ। ଏହି ଦୀପରୁ ଯେଉଁ ଟଙ୍କା ଆସୁଛି ନିଜ ପାଠ ପଢା ସମେତ ଭବିଷ୍ୟତ ଓ ଭାଇ ଭଉଣୀଙ୍କର ପାଠ ପଢା ଅନ୍ଯାନ୍ଯ ଖର୍ଚ୍ଚରେ ବ୍ୟବହାର କରାଯାଉଛି।" ବସ୍ତି ପିଲାଙ୍କର ଏଭଳି କାର୍ଯ୍ୟ ନିହାତି ପ୍ରଶଂସା ଯୋଗ୍ୟ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details