ଓଡିଶା

odisha

ETV Bharat / state

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି - BJP Mahila Morcha

Odisha BJP Mahila Morcha on Medical Blast: ରାଜଧାନୀ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା । ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

Odisha BJP Mahila Morcha
Odisha BJP Mahila Morcha

By ETV Bharat Odisha Team

Published : Jan 11, 2024, 5:24 PM IST

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି

ଭୁବନେଶ୍ବର:ରାଜଧାନୀ ଘରୋଇ ହସ୍ପିଟାଲ ବିସ୍ଫୋରଣ ପ୍ରସଙ୍ଗ ନେଇ ଶାସକ ଦଳକୁ କ୍ରମାଗତ ଭାବେ ଘେରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ରାଜ୍ୟ ସରକାର, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ଭିତରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଦ୍ବାରା ହସ୍ପିଟାଲର ଲାଇସେନ୍ସ ରଦ୍ଦ ଦାବି କରାଯାଇଛି । ଏହି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବା ଘଟଣା ପାଇଁ ମେଡିକାଲକୁ ଦାୟୀ କରି ଦଳ ଏହି ଦାବି ରଖିଛି ।

ହସ୍ପିଟାଲର ଏସି ବିସ୍ଫୋରଣରେ ଏଯାବତ 3 ଜଣଙ୍କର ମୃତ୍ୟୁ ହେବା ପରେ ବିଜେପି ଟିମ୍ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲା । ଏହା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି, " ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବା ଘଟଣା ପାଇଁ ସଂପୃକ୍ତ ମେଡିକାଲ ଦାୟୀ । ଏହା ଆତ୍ମହତ୍ୟା ନୁହେଁ, ହତ୍ୟା । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ସେହିଭଳି ପରିସ୍ଥିତି ତିଆରି କରିବା ଲାଗି ମେଡିକାଲ ଉପରେ ମାମଲା ରୁଜୁ କରାଯିବା ଦରକାର । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ କାହିଁକି ଚୁପ୍ ବସିଛି ଉତ୍ତର ଦେଉ । ହସ୍ପିଟାଲ ମାଲିକ ବିଜେଡି ଦଳର ବୋଲି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମେଡିକାଲର ଲାଇସେନସ ରଦ୍ଦ କରାଯାଉ ।"

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲା କଂଗ୍ରେସ

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ ପ୍ରସଙ୍ଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଐଶ୍ବର୍ଯ୍ୟା ଆହୁରି କହିଛନ୍ତି, " ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ 1 କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ । ଯଦି ହସପିଟାଲ ଭୁଲ ଖବର ଦେଇନଥାନ୍ତେ ତେବେ ଦିଲ୍ଲୀପ ସାମନ୍ତରାୟଙ୍କ ସ୍ତ୍ରୀ ଆତ୍ମହତ୍ୟା କରିନଥାନ୍ତେ । ଏହା ଆତ୍ମହତ୍ୟା ନୁହେଁ, ହତ୍ୟା । ଦିଲ୍ଲୀପ ସାମନ୍ତରାୟଙ୍କ ଶ୍ବଶୁର ଅଭିଯୋଗ କରିଥିଲେ ଯେ, ଦିଲ୍ଲୀପଙ୍କୁ ମାରି ଦିଆଯିବ । 15 ବର୍ଷ ଧରି ଜଣେ ଲୋକ ହସ୍ପିଟାଲରେ କାମ କରୁଥିବା ସତ୍ତ୍ବେ କେମିତି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିହ୍ନିପାରିଲେ ନାହିଁ? ଦିଲ୍ଲୀପ ସାମନ୍ତରାୟଙ୍କ ସ୍ଥାନରେ ଯେଉଁ ମୃତଦେହ ସ୍ଥାନରେ କାହାର ମୃତଦେହ ହସ୍ତାନ୍ତର କରାଯାଇଥିଲା ? ଏ ହେଉଛି ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରାଯାଉ ।"

ଏହା ବି ପଢନ୍ତୁ- ହସ୍ପିଟାଲ ବିସ୍ଫୋରଣରେ ସ୍ବାମୀ ହରାଇଥିଲେ, ବିଚ୍ଛେଦ ସହିନପାରି ପତ୍ନୀଙ୍କ ଆତ୍ମହତ୍ୟା

ସୂଚନା ଥାଉ କି ଏହି ବିସ୍ଫୋରଣ ଘଟଣାରେ ପ୍ରଥମେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଆସିଥିଲା । ଏହି ଖବର ଆସିବା ପରେ ଦିଲ୍ଲୀପଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ କହିଥିଲେ । ତାଙ୍କ ଆତ୍ମହତ୍ୟାର କିଛି ଦିନ ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଇଥିଲେ । ଏ ନେଇ ଚାରିଆଡ଼େ ହଟଚମଟ ସୃଷ୍ଟି ହୋଇଥିଲା । ଗୋଟିଏ ସାମାନ୍ୟ ଭୁଲ ସୂଚନା ଲାଗି ଦିଲ୍ଲୀପଙ୍କ ପତ୍ନୀଙ୍କ ଜୀବନ ଯାଇଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ଦିଲ୍ଲୀପଙ୍କ ବି ମୃତ୍ୟୁ ଘଟିଥିବା ଖବର ଆସିଛି । ଏହାପରେ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details