ଓଡିଶା

odisha

ETV Bharat / state

2 ଦିନ ପରେ ବ୍ୟାନ ପ୍ଲାଷ୍ଟିକ...କ’ଣ କହୁଛନ୍ତି ରାଜଧାନୀବାସୀ ? - plastic ban

ଆଉ ରହିଲା 2ଟା ଦିନ। ତା'ପରେ ସମ୍ପୂର୍ଣ୍ଣ ରୂପେ ବ୍ୟାନ ହେବ ପ୍ଳାଷ୍ଟିକ। ସେନେଇ କ’ଣ କୁହନ୍ତି ବ୍ୟବସାୟୀ ଓ ସାଧାରଣ ଲୋକ ଆମ ଇଟିଭି ଭାରତର ରିପୋର୍ଟର ପଚାରି ବୁଝିଛନ୍ତି ।

ଡିଜାଇନ ଫଟୋ

By

Published : Sep 29, 2019, 6:57 PM IST

ଭୁବନେଶ୍ବର: ରାଜଧାନୀରେ ଏବେବି ଚାଲିଛି ପଲଥିନ ଚାହିଦା । ଏବେବି ଖୁଲମଖୁଲା ଭାବରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ସମଗ୍ର ଦେଶରେ ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବ୍ୟାନ କରିବା ପାଇଁ ଘୋଷଣା ହୋଇଛି । ଖାସ କରି ସିଙ୍ଗିଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ଉପରେ କଟକଣା ଲାଗିବ। ରାଜ୍ୟରେ ସମସ୍ତ ସହରରେ ପ୍ଲାଷ୍ଟିକ ଉପରେ ବ୍ୟାନ କରିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଉ ବାକି ରହିଲା ଦୁଇ ଦିନ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ବ୍ୟବସାୟୀମାନେ କହିଛନ୍ତି ଯେ, ଆମେ ପ୍ଲାଷ୍ଟିକ ବନ୍ଦକୁ ନେଇ ସ୍ବାଗତ କରୁଛୁ । ତେବେ ସରକାର ଏହାର ଏକ ବିକଳ୍ପ ବାହାର କରନ୍ତୁ। ଯାହା ଦ୍ବାରା ବେପାରୀ ସମେତ ଗ୍ରାହକ ମଧ୍ୟ ଉପକୃତ ହୋଇପାରିବେ। ଆମେ ମଧ୍ୟ ସଚେତନ ଅଛୁ ଯାହା ଦ୍ବାରା ଲୋକମାନଙ୍କୁ କପଡ଼ା ବ୍ୟାଗ ଆଣିବା ପାଇଁ କହୁଛି ।


ସେହିପରି ଜଣେ ଗ୍ରାହକ ଗାନ୍ଧୀ ଜୟନ୍ତକୁ ଅପେକ୍ଷା ନକରି ଆଜି ଠାରୁ ପ୍ଲାଷ୍ଟିକ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଓ ଲୋକମାନଙ୍କୁ ବର୍ତ୍ତା ଦେଇଛନ୍ତି ଯେ ସରକାରୀ ଯୋଜନା ନଭାବି ଏହା ଜନସଧାରଣଙ୍କ କାର୍ଯ୍ୟକ୍ରମ ଭାବିବା ଦରକାର । ଜଣେ ଗୃହଣୀ ମଧ୍ୟ କହିଛନ୍ତି ଯେ, ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ବର୍ଷାଦିନେ କେନାଳରୁ ଜଳ ନିଷ୍କାସନ ହେଉନାହିଁ ତେଣୁ ରାଜଧାନୀବାସୀ ହିଁ ଅସୁବିଧା ଭୋଗୁଛନ୍ତି । ତେଣୁ ଆମମାନଙ୍କୁ ହିଁ ସଚେତନ ହେବାକୁ ପଡିବ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details