ଭୁବନେଶ୍ବର: ଚଳିତ ଥର ୭୫ ବର୍ଷ ପୂରଣ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଆମ ରାଜ୍ୟର ରାଜଧାନୀ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବ । ତେଣୁ ଏହାର ପ୍ରତିଷ୍ଠା ଦିବସ ବେଶ ଧୁମଧାମରେ ପାଳନ କରିବ ବିଏମସି । ଏଥର ବିଶେଷ ଭାବେ ଭୁବନେଶ୍ୱରରେ ଥିବା ବା ଭୁବନେଶ୍ୱର ପାଖରୁ ଦେଖିଥିବା ବରିଷ୍ଠଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ ।
୭୫ ବର୍ଷ ପୂରଣ କରିବ BMC, ଧୁମଧାମରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯୋଜନା - ୭୫ ବର୍ଷ ପୂରଣ କରିବ ଭୁବନେଶ୍ୱର
ଚଳିତ ଥର ୭୫ ବର୍ଷ ପୂରଣ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ
ଚଳିତଥର ୭୫ ବର୍ଷ ପୂରଣ କରିବ ଭୁବନେଶ୍ୱର ମହାନଗର ନିଗମ
୭୫ ବର୍ଷ ପୂରଣ କରିବ BMC, ଧୁମଧାମରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯୋଜନା
ଏନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ସେମାନେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି । ଏହାସହ ପ୍ରତିଷ୍ଠା ଦିବସରେ ଲୋକଙ୍କ ସହଭାଗିତା ମଧ୍ୟ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର । ଏହା ସହରବାସୀଙ୍କ ପାଇଁ ଏକ ସୁଯୋଗ ରହିବ । ସେମାନେ ତାଙ୍କ ସହରକୁ କିଭଳି ଦେଖୁଛନ୍ତି ସେନେଇ ନିଜର ମତ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Dec 15, 2022, 1:14 PM IST