ଓଡିଶା

odisha

ETV Bharat / state

ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି - ଅପରାଜିତ ଷଡଙ୍ଗୀଙ୍କ ବ୍ଲକ ପ୍ରତିନିଧି ପିସି ମାଗିବା ମାମଲା

ପିସି ମାଗିବା ଅଭିଯୋଗରେ ବିଦା ହେଲେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ଅଧିକ ପଢନ୍ତୁ

ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗି ବ୍ଲକ ପ୍ରତିନିଧି
ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗି ବ୍ଲକ ପ୍ରତିନିଧି

By

Published : Aug 6, 2022, 12:52 PM IST

Updated : Aug 6, 2022, 1:04 PM IST

ଖୋର୍ଦ୍ଧା: ପିସି(PC) ମାଗିବା ଅଭିଯୋଗରେ ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି । ୩ ଲକ୍ଷର କାମ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାଙ୍ଗୀ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ୩୦ ହଜାର ଟଙ୍କା ପିସି ଦାବି କରିଥିଲେ । ଏହି ଘଟଣା ଜଣାପଡିବା ପରେ ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦୋଷଙ୍କୁ ପ୍ରତିନିଧି ପଦରୁ ବାହାର କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବିଡିଓଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି ।

ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗି ବ୍ଲକ ପ୍ରତିନିଧି

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟାରେ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ୱାର୍କ ଅର୍ଡର ଆସିଥିଲା । ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବାକୁ ଡେଡଲାଇନ୍ ଦିଆଯାଇଥିଲା । ହେଲେ କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ୩ ଲକ୍ଷ ଟଙ୍କାର କାମ ପାଇଁ ସେ ୧୦ ପ୍ରତିଶତ ପିସି ଦେବାକୁ ଦାବି କରୁଥିଲେ । ଏନେଇ ଅଭିଯୋଗ ପରେ ସେ ବିଦା ହୋଇଛନ୍ତି । ତେବେ ବିକାଶର କଥା କହୁଥିବା ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧିଙ୍କ ଏହି ପିସି ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Aug 6, 2022, 1:04 PM IST

For All Latest Updates

TAGGED:

ABOUT THE AUTHOR

...view details