ଓଡିଶା

odisha

ETV Bharat / state

ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ମନୋବୃତ୍ତିକୁ ଜାଣି ଗଲେଣି: ଅପରାଜିତା

ସମ୍ବଲପୁର ହିଂସାକୁ ନେଇ ପୁଣି ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର । ପ୍ରିଭେନସନ ଏବଂ ପ୍ୟୁନିଟିଭ ଆକ୍ସନ ଉଭୟ କ୍ଷେତ୍ରରେ ରାଜ୍ୟ ସରକାର ଫେଲ୍‌ ହୋଇଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ । ଅଧିକ ପଢ଼ନ୍ତୁ

By

Published : Apr 30, 2023, 6:41 PM IST

ସମ୍ବଲପୁର ହିଂସାକୁ ନେଇ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର
ସମ୍ବଲପୁର ହିଂସାକୁ ନେଇ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର

ସମ୍ବଲପୁର ହିଂସାକୁ ନେଇ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ବର: ସମ୍ବଲପୁର ହିଂସାକୁ ନେଇ ଆସିଥିବା ଗୁଇନ୍ଦା ରିପୋର୍ଟକୁ ନେଇ ତେଜୁଛି ରାଜନୀତି । ଘଟଣାରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରିଭେନସନ ଏବଂ ପ୍ୟୁନିଟିଭ ଆକ୍ସନ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । କିନ୍ତୁ ଏହି ଦୁଇଟି କ୍ଷେତ୍ରରେ ରାଜ୍ୟ ସରକାର ଫେଲ ହୋଇଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ।

ଅପରାଜିତା ପ୍ରତିକ୍ରିୟାରେ କହିଛନ୍ତି, "ଦୁଇଟି କଥା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ପ୍ରିଭେନସନ ଏବଂ ପ୍ୟୁନିଟିଭ ଆକ୍ସନ । ଏହି ଦୁଇଟି କ୍ଷେତ୍ରରେ ରାଜ୍ୟ ସରକାର ଫେଲ ହୋଇଛନ୍ତି । ଅପରାଧ ହେବ କାହିଁକି ? ଆଇନ ବ୍ୟବସ୍ଥା ଏମିତି ହେବ କାହିଁକି ? ପ୍ରିଭେନସନ କାହିଁକି ହେଉନାହିଁ ? ପୋଲିସ କାହିଁକି ସଜାଗ ନାହିଁ ? ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । କାହାକୁ ଦାୟୀ କରାଯିବା କଥା ନୁହେଁ, ଯିଏ ମୁଖିଆ ତାଙ୍କୁ ଦାୟୀ କରାଯିବା କଥା । ଯଦି ଘଟଣା ହୋଇଗଲା, ତାହେଲେ ୪୮ ଘଣ୍ଟା ଭିତରେ ଅପରାଧୀଙ୍କୁ ଧରିବା କଥା । ୩ ଦିନ ସମୟ ବି ହେବାକଥା ନୁହେଁ । ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର କରୁଛନ୍ତି କଣ । ଓଡ଼ିଶା ଲୋକମାନେ ସରଳ ଓ ଭଲ । କିନ୍ତୁ ଆମ ଲୋକମାନେ ଅପରିପକ୍ବ ନୁହନ୍ତି । ଯାହା ହେଉଛି ସବୁ ଦେଖୁଛନ୍ତି ଓ ବୁଝୁଛନ୍ତି । ଆମେ ବିରୋଧୀ ହିସାବରେ କହୁଛୁ । ହୋଇପାରେ ସରକାର କର୍ଣ୍ଣପାତ କରୁନଥିବେ । କିନ୍ତୁ ଲୋକମାନେ ଉପଲବ୍ଧି କଲେଣି । ତେଣୁ ଏ ସରକାରକୁ ଡରିବା କଥା । ମୁଖ୍ୟମନ୍ତ୍ରୀଙ୍କୁ ଡରିବା କଥା । ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ମନୋବୃତ୍ତିକୁ ଜାଣିଗଲେଣି । ଆଇନ ବ୍ୟବସ୍ଥା ପ୍ରତିଦିନ ତଳକୁ ତଳକୁ ଯାଉଥିବା ସମସ୍ତେ ଦେଖୁଛନ୍ତି । ଆଉ ଏ କଥାକୁ ଲୋକ ମାନେ ଉପଲବ୍ଧି କରିସାରିଲେଣି ।"

ସେ ଆହୁରି କହିଛନ୍ତି, "ଯେତେବେଳେ ଦିନବେଳେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କର ହତ୍ୟା ହୋଇଯାଉଛି । ଗୋଟିଏ ବିପର୍ଯ୍ୟସ୍ତ ଆଇନ୍‌ ବ୍ୟବସ୍ଥାର ଉଦାହରଣ, ଏହାଠାରୁ ବଡ଼ କଣ ହେବ । ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଓଡିଶାରେ ମହିଳା ମାନେ ସୁରକ୍ଷିତ ନାହାନ୍ତି । ଚାଇଲ୍ଡ ପର୍ନୋଗ୍ରାଫି କେସ୍‌ ସବୁଠୁ ଅଧିକ ଅଛି । ମହିଳା ନିର୍ଯାତନା କେସରେ ଦେଶରେ ଏକ କିମ୍ବା ଦୁଇ ନମ୍ବରରେ ରହିଛି ଆମ ରାଜ୍ୟ । ସାଇବର କ୍ରାଇମ ବହୁତ ସଂଖ୍ୟାରେ ଅଛି । ଏହି ସବୁ କଥା ଆମକୁ ଉପଲବ୍ଧି କରିବାକୁ ପଡ଼ିବ । ଏହାସହ ଆମ ରାଜ୍ୟରେ ଦଣ୍ଡ ବିଧାନ ହାର ଦେଶରେ ସବୁଠୁ କମ୍ ।" ଯେଉଁମାନେ କ୍ରାଇମ କଲେ, ତାଙ୍କୁ କାହିଁକି ଧରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଝାରସୁଗୁଡା ଉପନିର୍ବାଚନକୁ ନେଇ ଅପରାଜିତା କହିଛନ୍ତି, "ବିଜେପି ପ୍ରୟାସ କରୁଛି । ସ୍ବର୍ଗତ ନବ ଦାସଙ୍କ ଝିଅ ବିଜେଡି ତରଫରୁ ଠିଆ ହୋଇଛନ୍ତି । ବିଜେପି ମଧ୍ୟ ଭଲ ପ୍ରାର୍ଥୀ ଦେଇଛି । ଆଶା ଅଛି ବିଜେପିର ପ୍ରଦର୍ଶନ ଭଲ ହେବ । ବିଜେଡି ଟାର୍ଗେଟରେ ୬ଟି ଲୋକସଭା କ୍ଷେତ୍ର ପ୍ରସଙ୍ଗରେ କହିଛନ୍ତି, ଆମେ ସବୁ ପ୍ରକାର ବିରୋଧ ଓ ସମର୍ଥନକୁ ସ୍ବାଗତ କରୁଛୁ । ବିରୋଧ କରନ୍ତୁ, ହେଭିୱେଟଙ୍କୁ ପଠାନ୍ତୁ । ଆମେ ଦେଖିବୁ, ଆମେ ସୁପର ହେଭିୱେଟ ଅଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details