ଓଡିଶା

odisha

ETV Bharat / state

‘5T’ କେବଳ ସରାକରଙ୍କ ଆତ୍ମପ୍ରଚାର: ଅପରାଜିତା - ଅପରାଜିତା ଷଡଙ୍ଗୀ

ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଯୋଗେ ଦେଇ ନବୀନ ସରକାରଙ୍କ 5T ଉପରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅପରାଜିତା । ଏହା କେବଳ ଆତ୍ମପ୍ରଚାର ବୋଲି କହିଛନ୍ତି ଅପରାଜିତା । ଅଧିକ ପଢ଼ନ୍ତୁ...

5T କୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା

By

Published : Oct 19, 2019, 6:12 PM IST

ଖୋର୍ଦ୍ଧା: 20 ବର୍ଷ ଶାସନ ପରେ ସରକାର କାହିଁକି 5T ଆରମ୍ଭ କଲେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହା ସହିତ ରାଜ୍ୟ ସରକାର ଓ 5T ସଚିବଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି ସେ । ସେ ଆହୁରିମଧ୍ୟ ଏହି 5T ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

5T କୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା

ସବୁ ବିଭାଗରେ ସଚିବ ଓ ମନ୍ତ୍ରୀ ଅଛନ୍ତି । ସେମାନଙ୍କୁ ଠିକ ଦିଗଦର୍ଶନ ଦିଆଯାଉ ଯାହାଫଳରେ ସେମାନେ ନିଜ ନିଜ ବିଭାଗରେ ହେଉଥିବା ସରକାରୀ ଯୋଜନାର ସଠିକ ରୂପାୟନ କରିପାରିବେ । ଏମିତି ହେଲେ ସଚିବଙ୍କ ତୋଫାନି ଗସ୍ତର ଆବଶ୍ୟକତା ପଡିବନି । ଏହା କେବଳ ଆତ୍ମପ୍ରଚାର ବୋଲି କହିଛନ୍ତି ଅପରାଜିତା ।

ଶନିବାର ଖୋର୍ଦ୍ଧାରେ ଆୟୋଜିତ ହୋଇଥିବା ଗାନ୍ଧୀ ସଂକଳ୍ପ ଯାତ୍ରାରେ ଯୋଗଦେବା ଅବସରରେ ଏନେଇ ମତ ରଖିଛନ୍ତି ଭୁବନେଶ୍ବର ସାଂସଦ । ଏହି ସଂକଳ୍ପ ଶୋଭାଯାତ୍ରାରେ ଜିଲ୍ଲାର ବହୁ ବିଜେପି ନେତାଙ୍କ ସମେତ ବୁଦ୍ଧିଜୀବୀ ଓ ମହିଳା ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details