ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀରୁ କର୍ମୀ ସମ୍ମୀଳନୀ ସାରି ରାସ୍ତାରେ ଯାଉଥିଲେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଧାନ ବିଲକୁ ଦେଖି ହଠାତ ଅଟକି ଯାଇଥିଲେ । ରାସ୍ତାକଡ଼ ଜମିରେ କିଛି ଚାଷୀ ଜମିରେ ଧାନ ରୋଉଥିବା ଦେଖି ସାଂସଦ ମଧ୍ୟ କାଦୁଅ ବିଲରେ ପଶି ସେମାନଙ୍କ ସହ ମିଶି ଧାନ ରୋଇଥିଲେ( Aparajita Sarangi plants paddy in Begunia) ।
କାଦୁଅ ବିଲରେ ଅପରାଜିତା, ଚାଷୀଙ୍କ ସହ ଧାନ ରୋଇଲେ ସାଂସଦ - କାଦୁଅ ବିଲରେ ଅପରାଜିତା ଷଡଙ୍ଗୀ
କାଦୁଅ ବିଲରେ ପଶି ଚାଷୀଙ୍କ ସହ ଧାନ ରୋଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ (Aparajita Sarangi plants paddy in Begunia) । ବେଗୁନିଆ ନିର୍ବାଚନ ମଣ୍ଡଳୀର ହଜ ପଞ୍ଚାୟତର ନିଧିପୁର ଗହୀରରେ ଏହା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
କାଦୁଅ ବିଲରେ ଅପରାଜିତା, ଚାଷୀଙ୍କ ସହ ଧାନ ରୋଇଲେ ସାଂସଦ
ବେଗୁନିଆ ନିର୍ବାଚନ ମଣ୍ଡଳୀର ହଜ ପଞ୍ଚାୟତର ନିଧିପୁର ଗହୀରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଧାନ ରୋଇବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ ଭୁବନେଶ୍ବର ସାଂସଦ । ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ସାଂସଦଙ୍କ ଏଭଳି କାର୍ଯ୍ୟକୁ ଖୁବ୍ ପସନଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।