ଓଡିଶା

odisha

ETV Bharat / state

ଲୋକଙ୍କ ସହିତ ଅବରୋଧ କେନାଲ ଖୋଳିଲେ ସାଂସଦ ଅପରାଜିତା ଷଡଙ୍ଗୀ - କେନାଲ ଖୋଳିଲେ ସାଂସଦ ଅପରାଜିତା ଷଡଙ୍ଗୀ

ସାଂସଦ କହିଛନ୍ତି ଜବରଦଖଲ ଦ୍ବାରା ପ୍ରାୟ ୩୦୦ ଏକର ଚାଷ ଜମିରେ ହୋଇପାରୁନି ଜଳସେଚନ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅବରୋଧର ମିଳିଲା ପ୍ରମାଣ । ପୁରା କେନାଲ ଖୋଲିବା ପାଇଁ ସରକାରଙ୍କୁ ୧୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସାଂସଦ । ନଚେତ ଗ୍ରାମବାସୀ ୧୧ ତାରିଖରେ ଅବରୋଧ କେନାଲ ଖୋଳିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଲୋକଙ୍କ ସହିତ ଅବରୋଧ କେନାଲ ଖୋଳିଲେ ସାଂସଦ ଅପରାଜିତା ଷଡଙ୍ଗୀ
ଲୋକଙ୍କ ସହିତ ଅବରୋଧ କେନାଲ ଖୋଳିଲେ ସାଂସଦ ଅପରାଜିତା ଷଡଙ୍ଗୀ

By ETV Bharat Odisha Team

Published : Sep 7, 2023, 11:03 PM IST

ଭୁବନେଶ୍ବର: କୋଦାଳ ଧରି କେନାଲ ଖୋଲିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ଵର ଉପକଣ୍ଠସ୍ଥ ଡେରାସ ଅଞ୍ଚଳରେ ଲୋକଙ୍କ ସହ ଖୋଲିଲେ କେନାଲ । ଭୁବନେଶ୍ଵର ଉପକଣ୍ଠସ୍ଥ ଡେରାସ ଅଞ୍ଚଳରେ ଚାଲିଛି ଜମି ଜବରଦଖଲ। ସେଠାରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତାଯାଇ ହୋଇଛି ଫାର୍ମ ହାଉସ। ପ୍ରାୟ 2 ବର୍ଷ ହେବ 3 ଶହ ଏକର ଜମି ପଡିଆ ପଡିଛି । ଯାହାଫଳରେ ଚାଷୀ ମାନେ କିଛି କରିପାରୁ ନାହାନ୍ତି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ଆଜି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ସେ ଅଞ୍ଚଳ ପରିଦର୍ଶନ କରି ଏହି କେନାଲ ଖୋଲିଛନ୍ତି ।

ଅଧିକ ପଢନ୍ତୁ- land scam: ରାଜ୍ୟରେ ‘ପାଣ୍ଡିଆନ ପ୍ରୋଜେକ୍ଟ’ ନାଁରେ ଚାଲିଛି ଜମି ହଡପ, ବାଦ ପଡୁନାହିଁ ଦେବଭୂମି କହିଲେ ଅପରାଜିତା

ବଡକଥା ହେଉଛି ଏହି କେନାଲ ଖୋଲିବା ପରେ ସେଠାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କଙ୍କ୍ରିଟ ଚାନେଲ ବାହାରିଥିଲା। ଯାହାକୁ ପୋତା ଯାଇ ଜବରଦଖଲ କରାଯାଇଥିବା ଅଭିଯୋଗ ରହିଛି । ଏହା କେନାଲ ଖୋଲିବା ବେଳେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ । ଏହା ପଛରେ ଏକ ବଡ଼ ଷଡଯନ୍ତ୍ର ବୋଲି ଜଣାପଡ଼ିଛି। ସାଂସଦଙ୍କ ଅଭିଯୋଗ ଅନୁସାରେ ଜଣେ ପ୍ରଭାବଶାଳୀ ମହିଳା କିରୁଥିକା ପ୍ରଭାକରନ ଏବଂ ରାଜ୍ୟ ସରକାରଙ୍କୁ ଆୟତ୍ତରେ ରଖିଥିବା ଜଣେ କର୍ମଚାରୀଙ୍କ ମିଳିତ ଷଡଯନ୍ତ୍ରରେ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତାଯିବା ସହିତ ବେଆଇନ ଭାବେ ଜମି କୁ କବଜା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ। ସେଥିପାଇଁ ଜମି ସବୁ ପଡିଆ ପଡିଛି ରହିଛି ।

ସାଂସଦ କହିଛନ୍ତି ଜବରଦଖଲ ଦ୍ବାରା ପ୍ରାୟ ୩୦୦ ଏକର ଚାଷ ଜମିରେ ହୋଇପାରୁନି ଜଳସେଚନ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅବରୋଧର ମିଳିଲା ପ୍ରମାଣ । ପୁରା କେନାଲ ଖୋଲିବା ପାଇଁ ସରକାରଙ୍କୁ ୧୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସାଂସଦ । ନଚେତ ଗ୍ରାମବାସୀ ୧୧ ତାରିଖରେ ଅବରୋଧ କେନାଲ ଖୋଳିବେ ବୋଲି ଘୋଷଣା କରିଛନ୍ତି । ଏହାପୂର୍ବରୁ ସାଂସଦ ଏହାକୁ ନେଇ ଏକ ପ୍ରେସମିଟ ମଧ୍ୟ କରିଥିଲେ । ଏହାସତ୍ବେ ଏହାକୁ ଗୁରୁତ୍ବ ଦେଇନଥିଲେ ରାଜ୍ୟ ସରକାର । ଫଳରେ ଆଜି ସାଂସଦ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିଥିବା ବେଳେ ତିନିଦିନ ମଧ୍ୟରେ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details