ଓଡିଶା

odisha

ETV Bharat / state

ଆହୁରି ୫ ଦିନ କାଳବୈଶାଖୀ - ରାଜ୍ୟରେ କାଳବୈଶାଖୀ ପ୍ରଭାବ

ରାଜ୍ୟରେ ଆହୁରି 4 ରୁ 5 ଦିନ ଯାଏଁ କାଳବୈଶାଖୀ ବର୍ଷା ଜାରି ରହିବ। ଘଡଘଡି ଓ କୁଆପଥର ବର୍ଷା ହେବାର ସମ୍ଭାବନାକୁ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ

thunderstorm in odisha for next 5days
thunderstorm in odisha for next 5days

By

Published : Apr 24, 2023, 6:58 PM IST

thunderstorm in odisha for next 5days

ଭୁବନେଶ୍ବର:କାଳବୈଶାଖୀ ପ୍ରଭାବରେ ଆହୁରି ୪ ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା। ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। ସେହିପରି ବାୟୁମଣ୍ଡଳରେ ଏକ ନିମ୍ନ ଚାପ ରେଖା ରହିଥିବା ବେଳେ ପଶ୍ଚିମା ଝଡ ସକ୍ରିୟ ରହିଛି ରାଜ୍ୟରେ। ତେଣୁ ପାଣିପାଗର ଏହି ନିୟାମକକୁ ନେଇ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଜି ଉପକୂଳ ଜିଲ୍ଲା ତଥା ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସହ କୁଆପଥର ବର୍ଷା ଦେଖିବାକୁ ମିଳିବ। ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରଯାଇଛି।

ଏହାସହ ଘଡଘଡି ଓ କୁଆପଥର ବର୍ଷା ସମୟରେ ସତର୍କତା ଅବଲମ୍ବନ ସହ ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରଯାଇଛି। ସେହିପରି ଆସନ୍ତା କାଲି ଦକ୍ଷିଣ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ପଶ୍ଚିମା ଝଡର ସକ୍ରିୟତାକୁ ନେଇ ୨୬ ତାରିଖରେ ଅଭାନ୍ତରୀଣ ଓଡ଼ିଶାରେ ବର୍ଷା ଓ ପବନ ହେବାର ସମ୍ଭାବନନା ରହିଛି । ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। ୨୭ରେ ବର୍ଷାର ପରିମାଣ ବଢିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କୁଆପଥର ବର୍ଷା ହେବ। ସେହିପରି ୨୮ ରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବ। ଏହାକୁ ନେଇ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଆସିବ ନାହିଁ ବୋଲି ବିଭାଗ ପୂର୍ବାନୁମାନ କରିଛି। ସେହିପରି ୨୮ ତାରିଖ ପରେ ପୁଣି ତାପମତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି କହିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ -Nitish meet Mamata: ବିଜେପି ସିଟ୍ ସଂଖ୍ୟା ଶୂନ ଦେଖିବାକୁ ଚାହୁଁଛି କହିଲେ ମମତା

ଏହା ମଧ୍ୟ ପଢନ୍ତୁ- ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ବସ୍ତି: ମୋଦି ସାଙ୍ଗିଆ ମାମଲାରେ ତଳ କୋର୍ଟରେ ହେବେନି ହାଜର

ସେପଟେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି । ବିଶେଷ କରି କୋରାପୁଟରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଭଦ୍ରକ ଜିଲ୍ଲାର ରାଣୀତାଲ ଠାରେ କଳାବୈଶାଖୀ ବର୍ଷା ସାଙ୍ଗକୁ ସର୍ବାଧିକ ପବନର ବେଗ ୬୦ ରୁ ୭୦ ରେକର୍ଡ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details