ଓଡିଶା

odisha

ETV Bharat / state

ରାଜ୍ୟରେ କମୁଛି ଶୀତର ପ୍ରକୋପ, ବଢିବ ତାପମାତ୍ରା - ସାମୁଦ୍ରିକ ବାୟୁର ପ୍ରଭାବ

ନୂଆବର୍ଷରେ ରହିବନି ଶୀତର ପ୍ରଭାବ । ରାତ୍ରି ତାପମାତ୍ରା ୨ ଡ଼ିଗ୍ରୀ କମିବା ସହ ୨୪ ଘଣ୍ଟା ପରେ ପୁଣି ବଢିବ ତାପମାତ୍ରା ଓ କମିବ ଶୀତ । ଅଧିକ ପଢନ୍ତୁ

meteorological department
meteorological department

By

Published : Dec 30, 2022, 9:03 PM IST

Updated : Dec 31, 2022, 6:49 AM IST

ବଢିବ ତାପମାତ୍ରା

ଭୁବନେଶ୍ବର:ରାଜ୍ୟରେ ଶୀତର ପ୍ରଭାବ କମିବାରେ ଲାଗିଛି । ନୂଆବର୍ଷରେ ରହିବନି ଶୀତର ପ୍ରଭାବ। ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାଜ୍ୟରେ ବିଶେଷ ଶୀତ ଅନୁଭୁତ ହେବନି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ସହ କିଛି ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିିଛି ।

ରାତ୍ରି ତାପମାତ୍ରା ୨ ଡିଗ୍ରୀ କମିବା ସହ ୨୪ ଘଣ୍ଟା ପରେ ପୁଣି ବଢିବ ତାପମାତ୍ରା । ଯାହାଫଳରେ ଶୀତ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର୍ ବିଶ୍ବାସ କହିଛନ୍ତି, "24 ଘଣ୍ଟା ମଧ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳିଥିଲା । କଳାହାଣ୍ଡି , କନ୍ଧମାଳ, ଗଞ୍ଜାମ, ଗଜପତି ଆଦିରେ ସକାଳ ସମୟରେ କୁହୁଡି ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ରେ ରହିଥିଲା । ଏଥିସହ ଆଗାମୀ 5 ଦିନ ମଧ୍ୟ ଶୁଖିଲା ପାଗ ରହିବ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 31, 2022, 6:49 AM IST

ABOUT THE AUTHOR

...view details