ଓଡିଶା

odisha

ETV Bharat / state

Odisha Weather: ୨୪ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଟ୍ରପଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୨୪ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୨୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢନ୍ତୁ

Odisha Weather
Odisha Weather

By

Published : Mar 30, 2023, 10:02 PM IST

୨୪ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଅନୁଭୂତ ହେଉଛି ଗୁଳୁଗୁଳି । ଅପରାହ୍ନରେ ଗରମ ସହ ହେଉଛି କାଳବୈଶାଖୀ ବର୍ଷା । ସେପଟେ ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ କିଛିକିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟର ଉପାନ୍ତରୁ ଉପକୂଳ ସବୁଠି ବର୍ଷୁଛି ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୩୧ ତାରିଖରେ ତାରିଖରେ ଦକ୍ଷିଣ ଓଡ଼ିଶାର କେତୋଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଏହା ବି ପଢନ୍ତୁ-E Rickshaw Service: ରୋଗୀଙ୍କ ସୁବିଧା ପାଇଁ ଆଉ 7ଟି ଇ- ରିକ୍ସା ଶୁଭାରମ୍ଭ, ଚଳାଇଲେ ବିଧାୟକ

ସେହି ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ବୌଦ୍ଧ, ସୋନପୁର, ନୂଆପଡା ଓ ବଲାଙ୍ଗୀର । ସେହିଭଳି ୧ ତାରିଖରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଏହାସହ କାଳବୈଶାଖୀ ବର୍ଷା ସହ ୧୦ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରିକରିଛି ବିଭାଗ । ଏଭଳି ବର୍ଷା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଖରା ସହ କାଳବୈଶାଖୀର ପ୍ରଭାବ ରହିଥିଲା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷ ହୋଇଛି । ଅନ୍ୟସବୁ ଜିଲ୍ଲାରେ ଶୁଖିଲା ପାଗ ରହିଥିଲା । ସର୍ବାଧିକ ବର୍ଷା ଢେଙ୍କାନାଳ ଭୁବନଠାରେ ୭୮.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, "ଉତ୍ତରପୂର୍ବ ଓଡିଶାର ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢିବ । ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ଅପେକ୍ଷା ଉତ୍ତର ଓଡ଼ିଶାର ଜିଲ୍ଲାରେ ଅଧିକ ପ୍ରଭାବ ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details