ଭୁବନେଶ୍ବର:ଜଳୁଛି ସାରା ଓଡ଼ିଶା । ପ୍ରଚଣ୍ଡ ରୁଦ୍ରତାପ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଅତ୍ୟଧିକ ଖରାର ପ୍ରବାହକୁ ନେଇ ଖାଁ ଖାଁ ରାସ୍ତାଘାଟ । ଏଭଳି ଅସହ୍ୟ ଗରମ ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ରହିବ । ରାଜ୍ୟରେ କାଳବୈଶାଖୀ ଦୁର୍ବଳ ହୋଇଥିବା ବେଳେ କାଁଭାଁ ବର୍ଷା ହେଉଥିବାରୁ ରାଜ୍ୟରେ ଅସହ୍ୟ ଖରା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ଦିଆଯାଇଛି ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଥିବା ବେଳେ ୧୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ରହିଛି । ଏହି ସମୟରେ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଥିବା ବେଳେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହା ବି ପଢନ୍ତୁ- ଭୁବନେଶ୍ୱର ମଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମର ପ୍ରୟାସ ଜାରି