ଓଡିଶା

odisha

ETV Bharat / state

ରାଜ୍ୟରେ ଘନ କୁହୁଡି ପ୍ରଭାବ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

yellow warning to 17 districts for dense fog: ରାଜ୍ୟରେ ଶୀତ କମିଥିବା ବଢୁଛି ଘନ କୁହୁଡ଼ି । ଏନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

yellow warning to 17 districts for dense fog
yellow warning to 17 districts for dense fog

By ETV Bharat Odisha Team

Published : Dec 24, 2023, 7:17 PM IST

Updated : Dec 24, 2023, 8:00 PM IST

ରାଜ୍ୟରେ ଘନ କୁହୁଡି ପ୍ରଭାବ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର:ରାଜ୍ୟରେ କମିଛି ଶୀତ । ହେଲେ ବଢ଼ିଛି ଘନ କୁହୁଡି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ଆହୁରି ୨ ଡିଗ୍ରୀରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ ରହିବାର ସମ୍ଭାବନା ଥିବାରୁ ୧୭ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ଚେତାବନୀ ଜାରି କରାଯାଇଛି ।

ଏହା ବି ପଢନ୍ତୁ- ପାଣିପାଗ ଖବର: ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି

ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ପରେ ତାପମାତ୍ରା ବୃଦ୍ଧି ଓ ଆକାଶ ନିର୍ମଳ ହେତୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ ରହିବାର ସମ୍ଭାବନା ଥିବାରୁ କିଛି ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ଶୀତ ଅଧିକ ହେବାକୁ ଥିବା ବେଳେ ୧୭ ଜିଲ୍ଲାକୁ ଘନ କୁହୁଡିର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଓ କୋରାପୁଟ ।

ଏହା ବି ପଢନ୍ତୁ- ପ୍ରବଳ ଶୀତରେ ଥରହର ଓଡ଼ିଶା, ଘନ କୁହୁଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେପଟେ ଗତ ୨୪ ଘଣ୍ଟାରେ ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା ୮ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏହି କ୍ରମରେ ୮.୮ ରେକର୍ଡ ହୋଇଛି । କୋରାପୁଟରେ ୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡିରେ ୭ ଡିଗ୍ରୀ , ଜି.ଉଦୟଗିରିରେ ୭.୪ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, ସୁନ୍ଦରଗଡରେ ୯ ଡିଗ୍ରୀ, କିରେଇରେ ୯.୪ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ସେମିଳିଗୁଡାରେ ୯.୬ ଡ଼ିଗ୍ରୀ ରେକର୍ଡ ହୋଇଛି । ସେପଟେ ଆଜି ଜିଲ୍ଲାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ସ୍ଥାନେ ସ୍ଥାନେ ଲୋକେ ନିଆଁ ପାଖରେ ବସିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 24, 2023, 8:00 PM IST

ABOUT THE AUTHOR

...view details