ଓଡିଶା

odisha

ETV Bharat / state

ଜାଡ଼ରେ ଥରୁଛି ଓଡ଼ିଶା, ଘନକୁହୁଡ଼ି ଆଲର୍ଟ ଜାରି - Yellow warning for Fog

Weather Update: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଏହାରି ଭିତରେ ଲୋକଙ୍କୁ କଲବଲ କରୁଛି ଘନ କୁହୁଡ଼ି । ଆସନ୍ତା 24 ଘଣ୍ଟାରେ ଘନ କୁହୁଡ଼ି ନେଇ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ଘନକୁହୁଡ଼ି ନେଇ ଆଲର୍ଟ କଲା ପାଣିପାଗ ବିଭାଗ
ଘନକୁହୁଡ଼ି ନେଇ ଆଲର୍ଟ କଲା ପାଣିପାଗ ବିଭାଗ

By ETV Bharat Odisha Team

Published : Jan 2, 2024, 10:28 PM IST

ଘନକୁହୁଡ଼ି ନେଇ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତର ପ୍ରକୋପ । ଜାଡ଼ରେ ଥରୁଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତର ପ୍ରକୋପ ଅନୁଭବ ହେଉଛି । କେତେକେ ସ୍ଥାନରେ ଘନ କୁହୁଡି ପରିଲିକ୍ଷିତ ହେଉଛି । ୩ଟି ସହରରେ ୧୦ ଡିଗ୍ରୀ ତଳେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା କୁହୁଡି ଏବଂ ଦୃଶ୍ୟମାନ ଦୂରତା ମଧ୍ୟରେ ଢେଙ୍କାନାଳ ୩୦ ମିଟର ଓ ତାଳଚେର ୪୦ ମିଟର ରହିଥିଲା । ସେପଟେ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ଜାରି ରହିବା ସହ ପାଗରେ ସେଭଳି କିଛି ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଖା ଯାଇଥିବା କୁହୁଡି ଏବଂ ଦୃଶ୍ୟମାନ ଦୂରତା ଉପରେ ନଜର ପକାଇଲେ ଢେଙ୍କାନାଳ ୩୦ ମିଟର, ତାଳଚେର ୪୦ ମିଟର, ସୋନପୁର ୫୦ ମିଟର, ଫୁଲବାଣୀ ୫୦ ମିଟର, କୋରାପୁଟ ୫୦ ମିଟର, ଖୋର୍ଦ୍ଧା ୫୦ ମିଟର, କଟକ ୮୦ ମିଟର, ଅନୁଗୁଳ ୧୦୦ ମିଟର ଏବଂ କେନ୍ଦ୍ରାପଡା ୧୫୦ ମିଟର ରେକର୍ଡ ହୋଇଛି । ସେହିପରି ମଧ୍ୟମ ଧରଣର କୁହୁଡ଼ିରେ ନବରଙ୍ଗପୁର ୨୦୦ ମିଟର, ଜଗତସିଂପୁର ୨୦୦ ମିଟର, ଭବାନୀପାଟଣା ୩୦୦ ମିଟର ଓ ପାରାଦୀପ ୪୦୦ ମିଟର ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଥଣ୍ଡାର ପ୍ରକୋପ ଜାରି ରହିଥିବାବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଘନ କୁହୁଡିର ମେଘମାଳାରେ ଅସ୍ତବ୍ୟସ୍ତ ଜନଜୀବନ, ଶୀତୁଆ ସକାଳରେ ଫିଟ୍ ପାଇଁ ଚାଲିଛି ଏକ୍ସରସାଇଜ୍‌

ତେବେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ସ୍ଥାନରେ ଶୀତ ସହ ଘନ କୁହୁଡି ଅନୁଭୂତ ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସ । ଘନ କୁହୁଡ଼ି ଦୃଶ୍ୟମାନକୁ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ସୋନପୁର, ରାୟଗଡା ଓ କୋରାପୁଟ । ସେପଟେ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ପାଗରେ ସେଭଳି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details