ଭୁବନେଶ୍ବର:ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି । ଆନନ୍ଦ ଓ ଉତ୍ସହର ସହ ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ରଙ୍ଗର ପର୍ବ ପାଳନ କରିଛନ୍ତି । ରଙ୍ଗ ଲଗାଇ ରାଜଧାନୀବାସୀ ସମେତ କର୍ପୋରେଟର ସଫେଇ କର୍ମୀଙ୍କ ସହ ହୋଲି ଉତ୍ସବ ମନାଇଛନ୍ତି । ମିଠା ଖୁଆଇ ରଙ୍ଗ ଖେଳିବା ସହ ମହିଳା ସଫେଇ କର୍ମଚାରୀଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମେୟରଙ୍କ ସହ ହୋଲି ପାଳନ କରି ସଫେଇ କର୍ମଚାରୀମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:International Women's Day: ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ସେପଟେ ହୋଲି ରଙ୍ଗରେ ରାଜଧାନୀ ରଙ୍ଗେଇ ହେଉଥିବା ବେଳେ ରଙ୍ଗର ଏହି ପର୍ବକୁ ସହରର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । ଚଳିତ ଥର ବିନା କଟକଣାରେ ପରସ୍ପରକୁ ରଙ୍ଗ ଲଗାଇ ମଉଜ କରୁଥିବା ଦେଖିବାକୁ ମିଳିଛି । ଏନେଇ ଭୁବନେଶ୍ୱର ମେୟର ସୁଲୋଚନ ଦାସ କହିଛନ୍ତି, " ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ । ହର୍ବାଲ ରଙ୍ଗରେ ହୋଲି ଖେଳିବା ସହ ରାସ୍ତାରେ ଗାଡି ମଟର ଭଲ ଭାବେ ଚଳାଇବା ଏବଂ ନଦୀ, ପୋଖରୀରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।"
ଏହା ମଧ୍ୟ ପଢ଼ନ୍ତୁ:Holi Celebration: ଜୁନାଗଡ ବିଧାୟକଙ୍କ ଘରେ ଉଡିଲା ଫଗୁ, ହୋଲି ଖେଳିଲେ ବିଜେଡି ନେତା