ଓଡିଶା

odisha

ETV Bharat / state

କ୍ୟାଲେଣ୍ଡରରୁ ବିଦାୟ ନେବ 2023; ନୂଆବର୍ଷ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି, ମ୍ୟୁଜିକ୍ ତାଳରେ ଝୁମିବେ ରାଜଧାନୀବାସୀ - ଜିରୋ ନାଇଟ ଭୁବନେଶ୍ବର

Zero Night Celebration In Bhubaneswar: ଆଉ ଦିନକ ପରେ ବିଦାୟ ନେବ 2023 ବର୍ଷ । 2024କୁ ସ୍ବାଗତ କରିବା ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏନେଇ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ବର । ଅଧିକ ପଢନ୍ତୁ

କ୍ୟାଲେଣ୍ଡରରୁ ବିଦାୟ ନେବ 2023
କ୍ୟାଲେଣ୍ଡରରୁ ବିଦାୟ ନେବ 2023

By ETV Bharat Odisha Team

Published : Dec 30, 2023, 10:59 PM IST

କ୍ୟାଲେଣ୍ଡରରୁ ବିଦାୟ ନେବ 2023

ଭୁବନେଶ୍ବର: ଆଉ ଦିନକ ପରେ ବିଦାୟ ନେବ 2023 ବର୍ଷ । କ୍ୟାଲେଣ୍ଡରର ନୂଆ ଫର୍ଦ୍ଦରେ ଯୋଡି଼ ଦେବ 2024 । ନୂଆବର୍ଷର ସ୍ବାଗତ କରିବା ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏନେଇ ସଜେଇ ହେଲାଣି ରାଜଧାନୀର ଭୁବନେଶ୍ବର । ନବ ବର୍ଷର ସ୍ବାଗତକୁ କିଭଳି ଦମଦାର ଓ ରଙ୍ଗୀନ କରିହେବ ଆଉ ଅତିଥିଙ୍କୁ ନିଆରା ଏକ ମହୋତ୍ସବର ଆନନ୍ଦ ଆଣିଦେବା ନେଇ ପ୍ରସ୍ତୁତ ପଥରେ ରାଜଧାନୀର ନାମୀଦାମୀ ହୋଟେଲ । ନାଚ ଗୀତର ଆସର ସହ ବଲିଓଡ଼ ଓ ଓଲିଓଡ଼ କଣ୍ଠଶିଳ୍ପୀଙ୍କ ଧୁନର ଝୁମିବ ରାଜଧାନୀ । ଆନନ୍ଦ ଉଲ୍ଲାସ ଓ ହୋଟେଲର ନିଆରା ଥିମ ସହ 2023କୁ ବିଦାୟ ଦେବେ ରାଜଧାନୀବାସୀ ।

ନୂଆବର୍ଷର ସ୍ବାଗତକୁ ନେଇ ନାଚିବ ଝୁମିବ ଆଉ ସେଲିବ୍ରେସନରେ ମତୁଆଲା ହେବ ରାଜଧାନୀ । ୩୧ ଡ଼ିସେମ୍ବରରେ ହେବ ଜିରୋ ନାଇଟ (zero night) ସେଲିବ୍ରେସନ । ନବ ବର୍ଷର ଆଗମନକୁ ନେଇ ଭୁବନେଶ୍ୱରର ହୋଟେଲ ସଜେଇ ହେଉଥିବା ବେଳେ "hello 2024"ର ଥିମ ସହ ଅତିଥିଙ୍କୁ ସ୍ବାଗତ କରିବ ହୋଟେଲ ଏମ୍ପାୟାର । ଭଳିକି ଭଳି ଖାଇବା ଓ ପାନୀୟ ସହ ଜମିବ ନାଚ ଗୀତର ଆସର । ତେବେ ହୋଟେଲରେ ଆକର୍ଷଣ ସାଜିବ ବଲିଓଡ଼ କଣ୍ଠଶିଳ୍ପୀ ଅମିତ ସାନା ଓ ଓଲିଓଡ଼ର ସ୍ମୃତି ମହାପାତ୍ରଙ୍କ ଗୀତ । ଉଭୟଙ୍କ ହିନ୍ଦୀ ଓ ଓଡ଼ିଆ ଗୀତାର ତାଳରେ ଝୁମିବେ ରାଜଧାନୀବାସୀ । ଏଥିପାଇଁ ପ୍ରବେଶ ଶୁକ୍ଳ ରହିଛି ୭ ହଜାର ୫୦୦ । ସେହିପରି masquerade ଥିମ ସହ ଜିରୋ ନାଇଟ ସେଲିବ୍ରେସନ କରିବ ହୋଟେଲ ସ୍ବସ୍ତି ପ୍ରେମିୟର । ଡିଜେ ଆଣ୍ଡ ଲାଇଭ୍ ବ୍ୟାଣ୍ଡ ସହ ନୂଆ ବର୍ଷର ସ୍ବାଗତ ବ୍ୟବସ୍ତା ରହିଛି । ଏଥିପାଇଁ ପ୍ରବେଶ ଶୁଳ୍କ ରହିଛି ୯ ହଜାର ଟଙ୍କା । ଓଲିଉଡ ସିଙ୍ଗର ଓ ବଲିଓଡ଼ ସିଙ୍ଗର ସାଜିବେ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ସେପଟେ ହୋଟେଲ ପୁଷ୍ପକ ଓ ପୁଷ୍ପକ କନଭେନସରେ ଜିରୋ ନାଇଟ ସେଲିବ୍ରେସନ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । କଳ୍ପନା ସ୍ଥିତ ହୋଟେଲ ପୁଷ୍ପକ ରେ ନାଇଟ ମ୍ୟୁଜିକ ସହ ୩୫ ପ୍ରକାର ବୁଫେଟର ବ୍ୟବସ୍ଥା କରାଯାଇଛି । ଏହାସହ ପୁଷ୍ପକ କନଭେନସନରେ ଓଡ଼ିଶାର ବେଷ୍ଟ ଲାଇଭ କନସର୍ଟ ବ୍ୟାଣ୍ଡ ବିଘେହ୍ନ ଓ ତାଙ୍କ ଟିମ ଦ୍ଵାରା ଲାଇଭ ପ୍ରୋଗ୍ରାମ, ଅନଲିମିଟେଡ ମକଟେଲ ଓ ବଫେଟର ବ୍ୟବସ୍ଥା ରହିଛି । ଅନ୍ୟପକ୍ଷେ ଛୋଟ ପିଲାଙ୍କ ପାଇଁ ମଧ୍ୟ ହୋଟେଲ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଉତ୍ସବମୁଖର ପୁରୀ, ଜମିବ ନାଚଗୀତ ଓ ଖାଦ୍ୟର ଆସର

ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସକୁ ନେଇ ନୂଆ ନୂଆ ଥିମ ସହ ଅନେକ ହୋଟେଲରେ ସେଲିବ୍ରେସନ ହେଉଥିବା ବେଳେ କରୋନାର ପ୍ରତ୍ୟାବର୍ତ୍ତ ଓ ଖେଳାଳିମାନଙ୍କ ରହଣୀକୁ ନେଇ ଏଥର ବଡ ବା ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ମନାଇବା ନାହିଁ ସ୍ୟାଣ୍ଡିସ ଟାୱାର ହୋଟେଲ । ଏହାସହ ଚଳିତ ବର୍ଷ ସରକାର ଓ ପୋଲିସ କମିଶନରେଟଙ୍କ ଗାଇଡଲାଇନ ମୁତାବକ ନିରାଡମ୍ବରେ ନୂଆ ବର୍ଷକୁ ସ୍ବାଗତ କରିବ ହୋଟେଲ ସ୍ୟଣ୍ଡିସ ଟାୱାର । ଏଠାରେ ଖେଳାଳୀମାନେ ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର କେବଳ କ୍ୟାଣ୍ଡେଲ ଲାଇଟ ଡିନରର ବ୍ୟବସ୍ଥା କରିଛି ହୋଟେଲ ସ୍ୟାଣ୍ଡିସ ଟାୱାର । ସେପଟେ ସେଲିବ୍ରେସନ ସମୟରେ ଅତିଥିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ଗାଇଡ ଲାଇନ ମୁତାବକ ପ୍ରତ୍ୟେକ ହୋଟେଲକୁ ଚଳିତ ବର୍ଷ ନିଜର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ନେଇ ନିର୍ଦ୍ଦେଶ ଥିବାରୁ ଏହାକୁ ନେଇ ପ୍ରତ୍ୟେକ ହୋଟେଲ ବେଶ ଗୁରୁତ୍ଵ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details