ଓଡିଶା

odisha

ETV Bharat / state

ସ୍ବାବଲମ୍ବୀ ହେବେ କଏଦୀ, ଝାରପଡ଼ା ଜେଲ ଆଗରେ ଅନ୍ତେବାସୀଙ୍କ ଚାରା ବଜାର - ଝାରପଡ଼ା ଜେଲ ଆଗରେ ଅନ୍ତେବାସୀଙ୍କ ଚାରା ଗଛ ବଜାର

କଏଦୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଝାରପଡ଼ା ଜେଲରେ ନିଆଯାଇଛି ନିଆରା ପଦକ୍ଷେପ । ଜେଲ ଭିତରେ ବିଭିନ୍ନ ସାମଗ୍ରୀ ତିଆରି କରି ବାହାରେ ବିକ୍ରି କରୁଛନ୍ତି କଏଦୀ । ଅଧିକ ପଢ଼ନ୍ତୁ

ସ୍ବାବଲମ୍ବୀ ହେବେ କଏଦୀ
ସ୍ବାବଲମ୍ବୀ ହେବେ କଏଦୀ

By

Published : Jul 19, 2023, 8:06 AM IST

ସ୍ବାବଲମ୍ବୀ ହେବେ କଏଦୀ

ଭୁବନେଶ୍ବର: ଚର୍ଚ୍ଚାରେ ଝାରପଡ଼ା ଜେଲ । କୌଣସି ମାମଲା ବା କାରଗାର ସମ୍ପର୍କିତ ଖବରକୁ ନେଇ ନୁହେଁ । ବରଂ ଝାରପଡ଼ା ଜେଲ ସାମ୍ନାରେ ଲାଗୁଥିବା ନିତିଦିନିଆ କଏଦୀ ବଜାର ପାଇଁ । ଯେଉଁଠି ସ୍ଥାନୀୟ‌ ଲୋକଙ୍କର ଗହଳି ଲାଗୁଛି । ବିକ୍ରି ହେଉଛି କଏଦୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ଜିନିଷ । ମୁଲଚାଲ କିଣାକିଣି ପାଇଁ ସାଧାରଣ ଲୋକଙ୍କ ଲାଗିଛି ଭିଡ଼ । ଝାରପଡ଼ା ସ୍ବତନ୍ତ୍ର ଜେଲରେ ଥିବା ଅନ୍ତେବାସୀ କଏଦୀଙ୍କ ଦ୍ବାରା‌ ପ୍ରସ୍ତୁତ ସାମଗ୍ରୀର ଏଠି ବେଶ ଡିମାଣ୍ଡ ରହୁଛି ।

ଏ ହେଉଛି ମଙ୍ଗଳବାର‌ର ଦୃଶ୍ୟ । ଜେଲ ସାମ୍ନା ଫାଟକ ନିକଟରେ ବିକ୍ରି ହେଉଛି ଚାରା ଗଛ । ଭଳିକି ଭଳି ସୁନ୍ଦର‌ ସୁନ୍ଦର‌ ଫୁଲ କୁଣ୍ଡରେ‌ ଚାରା ଗଛ ଲଗାଯାଇଛି । ବିଭିନ୍ନ ପ୍ରଜାତିର ଫୁଲ ଓ ଘର ସଜାଇବା ପାଇଁ ଗଛ ରହିଛି । ସାରା ସାଙ୍ଗକୁ ମାଟି ପାତ୍ର ବି ରହିଛି, ଯାହାକୁ କଏଦୀମାନେ ନିଜ ହାତରେ ତିଆରି କରିଛନ୍ତି । ଏସବୁ ଜିନିଷ ସୁଲଭ ମୂଲ୍ୟରେ ମିଳୁଥିବାରୁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ଜମୁଛି । କଏଦୀଙ୍କ ଦ୍ବାରା ତିଆରି ହୋଇଥିବା ହାତ ତିଆରି ସାମଗ୍ରୀକୁ ବିକ୍ରୟ କରିବା ଲାଗି ଜେଲର‌ ଅନୁମତି ଦେଇଛନ୍ତି । ଯାହାକୁ ଜେଲ ବାହାରେ ଖୋଦ କଏଦୀମାନେ ବିକ୍ରି କରୁଛନ୍ତି । କେବଳ ଚାରା ଗଛ ନୁହେଁ ପୂର୍ବରୁ ଜେଲ ସାମ୍ନାରେ ଏକ କାଉଣ୍ଟର ଖୋଲାଯାଇଥିଲା । ଯେଉଁଠି କଏଦୀଙ୍କ ଦ୍ବାରା ପ୍ରସ୍ତୁତ ଅଟା, ସୋରିଷ ତେଲ, ହଳଦୀ ଓ ମାଣ୍ଡିଆ ଚୁନା ଭଳି ପ୍ୟାକେଟ ସହ ଆଚାର ଓ ପାମ୍ପଡ ଭଳି ସାମଗ୍ରୀ ବିକ୍ରି ହେଉଛି । ସେହିପରି ବେତରେ ତିଆରି ସୋଫା ଓ ବିଭିନ୍ନ ସାମଗ୍ରୀ ମଧ୍ୟ ଜେଲ ଭିତରେ କଏଦୀମାନେ ପ୍ରସ୍ତୁତ କରୁଛନ୍ତି । ଯାହାକୁ ପୂର୍ବରୁ ଅନେକ ସମୟରେ‌ ବିଭିନ୍ନ ମେଳାରେ ବିକ୍ରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

ଏନେଇ ଜେଲର ସନ୍ତୋଷିନୀ ଦାସ କହିଛନ୍ତି, "ଜେଲ ଭିତରେ‌ ବାୟୋଫ୍ଲେକ୍ସ ପ୍ରସ୍ତୁତ ହୋଇଛି ‌। ଯେଉଁଠି ମାଛ ଚାଷ କରାଯାଉଛି । କଏଦୀଙ୍କୁ ସ୍ବାଭିମାନ କରିବା ପାଇଁ ଜେଲ ଓ କାରଗାର ପକ୍ଷରୁ ଏଭଳି ପଦକ୍ଷେପମାନେ ନିଆଯାଉଛି । ଅନେକ କଏଦୀଙ୍କୁ ଧନ୍ଦାମୂଳକ ଶିକ୍ଷାର ତାଲିମ ଦିଆଯାଇଛି । ସିଲେଇ ଶିଖିବାଠୁ ଆରମ୍ଭ କରି ନର୍ସିଂ ଟ୍ରେନିଂ, ପୁରୁଷ ଅନ୍ତେବାସୀଙ୍କୁ ଜଳଖିଆ ପ୍ରସ୍ତୁତ ତାଲିମ, ମାଛ ଚାଷ, ଫୁଲ ଚାଷ ଭଳି ବିଭିନ୍ନ ତାଲିମ ଦିଆଯାଇଛି । ଅପରାଧ ଘଟାଇ ଜେଲ ଆସିବା ପରେ ଏସବୁ ଶିକ୍ଷା ପାଇ ଜେଲରୁ ବାହାରି ନିଜେ ସ୍ବାବଲମ୍ବୀ ହୋଇପାରିବେ, ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details