ଭୁବନେଶ୍ବର: ଜୟପୁରକୁ ଉଡ଼ିଲା ବିମାନ । ଆଜି ସକାଳ 10ଟା 30 ସମୟରେ ଭୁବନେଶ୍ବରରୁ ଜୟପୁରକୁ ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ ଏୟାର ସପ୍ତାହକୁ ୬ଦିନ ଉଡାଣ ଭରିବ ।
ପ୍ରତ୍ୟେକ ଦିନ ପୂର୍ବାହ୍ନ 11.35 ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ଅପରାହ୍ନ 1.20 ମିନିଟରେ ଜୟପୁରରେ ପହଞ୍ଚିବ । ଜୟପୁରରୁ ଏହା 1.40 ମିନିଟରେ ଛାଡିବ ଓ 2.30ରେ ବିଶାଖାପାଟଣାରେ ପହଞ୍ଚିବ । ଏହାପରେ ଅପରାହ୍ନ 3ଟାରେ ବିଶାଖାପାଟଣାରୁ ବାହାରି 3.50 ମିନିଟରେ ଜୟପୁରରେ ପହଞ୍ଚିବ । ସେହିପରି 4ଟା.5 ମିନିଟରେ ଜୟପୁରରୁ ବାହାରି 5.50 ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ ।
ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ 20 ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ୍ ମିଳିଛି । ଏଥିଲାଗି DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ।