ଖୋର୍ଦ୍ଧା: ଭଲିବଲ ଖେଳ ପ୍ରତି ଯୁବସମାଜକୁ ଆକୃଷ୍ଟ କରିବା ପାଇଁ ଦୀର୍ଘ ସାତବର୍ଷ ଧରି ପ୍ରଚେଷ୍ଟା ଜାରି ରଖିଥିବା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମର ମା' ଡ଼ମଣି ଭଲିବଲ ଆସୋସିଏସନ ପକ୍ଷରୁ ଆନ୍ତଃରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବଛା ବଛା 6ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳ ଚାଲିଥିଲା ।
ଫାଇନାଲ ମୁକାବିଲାରେ 2 -1 ସେଟରେ ଛତ୍ରପଡାକୁ ହରାଇ ଭୁବନେଶ୍ବର ଚମ୍ପିଆନ ହୋଇଛି । ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ରାଶି ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ ।