ଓଡିଶା

odisha

Bhubaneswar Guwahati Direct flight: ଉତ୍ତର-ପୂର୍ବାଞ୍ଚଳ ସହ ଯୋଡ଼ି ହେବ ଓଡ଼ିଶା, ଗୌହାଟିକୁ ଉଡିବ ବିମାନ

By ETV Bharat Odisha Team

Published : Oct 17, 2023, 4:09 PM IST

Updated : Oct 17, 2023, 4:22 PM IST

ଦେଶର ଉତ୍ତର ପୂର୍ବାଞ୍ଚଳ ସହ ଖୁବଶୀଘ୍ର ଯୋଡ଼ି ହେବାକୁ ଯାଉଛି ଓଡ଼ିଶା । ଆସନ୍ତା ୨୯ରୁ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିବ ବିମାନ । ଅଧିକ ପଢନ୍ତୁ

Bhubaneswar Guwahati direct flight
Bhubaneswar Guwahati direct flight

ଉତ୍ତର-ପୂର୍ବାଞ୍ଚଳ ସହ ଯୋଡ଼ି ହେବ ଓଡ଼ିଶା, ଗୌହାଟିକୁ ଉଡିବ ବିମାନ

ଭୁବନେଶ୍ବର: ଉତ୍ତର-ପୂର୍ବ ଭାରତ ତଥା ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେବ ଓଡ଼ିଶା । କମିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ । ୨୧ତମ ସ୍ଥାନ ଭାବେ ଭୁବନେଶ୍ଵରରୁ ଗୌହାଟିକୁ ଉଡ଼ିବ ବିମାନ । ଅକ୍ଟୋବର ୨୯ରୁ ପ୍ରତିଦିନ ଭୁବନେଶ୍ଵର-ଗୌହାଟି ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ ଏୟାରଲାଇନ୍ସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

ଭୁବନେଶ୍ଵରରୁ ଗୌହାଟି ମାତ୍ର ଦେଢ଼ ଘଣ୍ଟା ଲାଗିବ । ପ୍ରତିଦିନ ଏହା ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ଵର ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ । ସେହିପରି ଏହା ଗୌହାଟିରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ଵର ବିମାନ ବନ୍ଦରରୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଅନ୍ୟପଟେ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ସିଧାସଳଖ ଉଡ଼ିବ ଇଣ୍ଡିଗୋ ବିମାନ ।

ଏହା ବି ପଢନ୍ତୁ- ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ନଭେମ୍ବର ୫ ତାରିଖରୁ କୋଲକାତା ଏବଂ ୧୫ ତାରିଖରୁ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭାରତର ୨ଟି ବଡ଼ ସହରକୁ ବିମାନ ଚଳାଚଳ କରିବ । ତେବେ ନଭେମ୍ବର ୫ ତାରିଖରୁ ପ୍ରଥମେ କୋଲକାତାରୁ ଝାରସୁଗୁଡ଼ାକୁ ଚଳାଚଳ କରିବ ବିମାନ । ତେବେ କୋଲକାତାରୁ ସନ୍ଧ୍ୟା ୫ଟା ୫୦ ମିନିଟରେ ଉଡାଣ କରିବା ସହ ୭ଟା ୨୫ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିପରି ଭାବରେ ଝାରସୁଗୁଡ଼ାରୁ ନଭେମ୍ବର ୫ ତାରିଖରେ ସନ୍ଧ୍ୟା ୭ଟା ୫୫ ମିନିଟରେ ଚଳାଚଳ କରିବା ନେଇ ସୂଚନା ରହିଥିବା ବେଳେ କୋଲକାତାରେ ଏହି ବିମାନଟି ରାତି ୯ଟା ୨୦ ମିନିଟରେ ପହଞ୍ଚିବ ।

ସେହିପରି ଭାବରେ ବେଙ୍ଗାଲୁରୁରୁ ଝାରସୁଗୁଡ଼ାକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ କରିବ । ସୂଚନା ଅନୁଯାୟୀ ବେଙ୍ଗାଲୁରୁରୁ ନଭେମ୍ବର ମାସ ୧୫ ତାରିଖରେ ଶୁଭାରମ୍ଭ ହେବ । ତେବେ ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ ମିନିଟରେ ଛାଡ଼ିବା ପରେ ଝାରସୁଗୁଡ଼ାରେ ୧୨ଟା ୨୦ ମିନିଟରେ ପହଞ୍ଚିବ । ସେହିପରି ଭାବରେ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ୧୨ଟା ୫୦ ମିନିଟରେ ଛାଡ଼ିବା ସହ ବେଙ୍ଗାଲୁରୁରେ ୨ଟା ୫୬ ମିନିଟରେ ପହଞ୍ଚିବ । ତେବେ ଏହି ଦୁଇ ବଡ଼ ବଡ଼ ସହରକୁ ଖୁବଶୀଘ୍ର ସଂଯୋଗ କରିବାକୁ ଯାଉଛି ଝାରସୁଗୁଡ଼ା ବିମାନ ସେବା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2023, 4:22 PM IST

ABOUT THE AUTHOR

...view details