ଭୁବନେଶ୍ବର:ଗାନ୍ଧୀମାର୍ଗ ପାଲଟିଛି ମୀନାବଜାର (Bhubaneswar Gandhi Marg turns into Mina Bazar) । ଏପଟେ ଧାରଣା ଆଉ ସେପଟେ ଚାଲିଛି କିଣାବିକା । ଆଉ କିଛି ଲୋକ ଉକ୍ତ ସ୍ଥାନରେ ବୁଲାବୁଲି କରି ଦେଖୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସଂଗଠନ ଆସି ଭୁବନେଶ୍ଵର ଗାନ୍ଧୀମାର୍ଗ ଠାରେ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ହେଲେ ଗାନ୍ଧୀମାର୍ଗରେ ଏତେ ସଂଖ୍ୟାରେ ଆନ୍ଦୋଳନକାରୀ ମାନେ ଏକତ୍ରିତ ହେଉଛନ୍ତି ଯେ କିଛି ଛୋଟ ଛୋଟ ବ୍ୟବସ୍ଥାୟୀ ମାନେ ଆସି ଧାରଣ ସ୍ଥଳ ନିକଟରେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଫଳରେ ଗାନ୍ଧୀମାର୍ଗ ମୀନାବଜାରର ଭ୍ରମ ସୃଷ୍ଟି କରିଛି ।
ଉଭୟ ମହିଳା ଓ ପୁରୁଷ ଆନ୍ଦୋଳନକାରୀମାନେ ଗାନ୍ଧୀ ମାର୍ଗରେ ବୁଲାବୁଲି କରିବା ସହ କିଛି ଘର କରଣା ଜିନିଷ ମଧ୍ୟ କିଣୁଛନ୍ତି । ଖେଳଣା ଠାରୁ ଆରମ୍ଭ କରି ଗହଣା ପୋଷାକ ଶାଢୀ ଫଳ ଏବଂ ଖାଇବା ଜିନିଷ ମଧ୍ୟ ଖୋଲିଛି । ତେବେ ଯେଉଁଠାରେ କି ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀଙ୍କ ଗହଳି ଦେଖିବାକୁ ମିଳିଛି । ଏହା ସାଙ୍ଗକୁ ବିଭିନ୍ନ ଖାଦ୍ୟ ପସରା ପଡିଛି । ନିକଟରେ ବିରିୟାନୀ, ଚାଟ୍, ଦହିବରା ଆଦି ଖାଇବା ଲାଗି ରହିଛି ସୁବିଧା । ଅନେକ ଲୋକମାନେ ମଧ୍ୟ ବୁଲାବୁଲି କରିବା ଶହ ମୀନାବଜାରର ମଜା ନେଉଛନ୍ତି ଆନ୍ଦୋଳନକାରୀ ।
ଏହା ବି ପଢନ୍ତୁ- Archana Nag Case: EDରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ୨ୟ ଥର ପାଇଁ ହେଲେ ହାଜର