ଭୁବନେଶ୍ବର:ଫେବୃଆରୀ ମାସରୁ ରାଜଧାନୀ ଭୁବନେଶ୍ବରରେ ବଢିଲାଣି ପାରଦ । ଏଠାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୫ଡିଗ୍ରୀ ଅଧିକ ରହିଛି । ଶୁକ୍ରବାର ରାଜଧାନୀରେ ୩୭.୪ ଡ଼ିଗ୍ରୀ ତାପମାତ୍ରା ଛୁଇଁଛି । ଫେବୃଆରୀ ଶେଷ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୦ ଛୁଇଁବ ବୋଲି ଏହି ରେକର୍ଡକୁ ଦେଖି ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି । ଅନ୍ୟପଟେ ଶୁକ୍ରବାର ରାଜଧାନୀରେ ତାପମାତ୍ରା ୭ବର୍ଷର ରେକର୍ଡ ଭାଙ୍ଗିଛି ।
ଫେବୃଆରୀ ମାସରୁ ତତଲା କଡେଇରେ ଭାଜି ହେଲାଣି ରାଜଧାନୀ । ଗତକାଲି ରାଜଧାନୀର ଦିନ ତାପମାତ୍ରା ୭ ବର୍ଷର ରେକର୍ଡ ଭାଙ୍ଗିଛି । କାରଣ ଏହି ସମୟରେ ଭୁବନେଶ୍ବରରେ ସାଧାରଣତଃ ୩୪ ଡ଼ିଗ୍ରୀ ତାପମାତ୍ରା ରହିଥାଏ । ଫେବୃଆରୀ ମାସର ଶେଷ ସପ୍ତାହ ବେଳକୁ ଅଧିକ ତାପମାତ୍ରା ଅନୁଭୂତ ହୁଏ । ହେଲେ ଏବେଠୁ ଦିନ ତାପମାତ୍ରା ବୃଦ୍ଧି ପାଇବା ପରେ ଚିନ୍ତା ପ୍ରକଟ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ତଥ୍ୟ ଅନୁସାରେ:-୨୧ ଫେବୃଆରୀ ୨୦୧୬: ୪୦.୯ ଡ଼ିଗ୍ରୀ, ୧୨ ଫେବୃଆରୀ ୨୦୧୭: ୩୭.୦ ଡ଼ିଗ୍ରୀ, ୩ ଫେବୃଆରୀ ୨୦୧୮: ୩୮.୨ ଡ଼ିଗ୍ରୀ, ୨୩ ଫେବୃଆରୀ ୨୦୧୯: ୩୯.୪ ଡ଼ିଗ୍ରୀ, ୧୯ ଫେବୃଆରୀ ୨୦୨୦: ୩୩.୮ ଡ଼ିଗ୍ରୀ