ଭୁବନେଶ୍ବର: ରାଜଧାନୀରୁ ଗୁରୁବାର 46 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର ହୋଇଛି । ଏପଟେ ରାଜଧାନୀରେ କୋରୋନା ଜନିତ ମୋଟ ମୃତକଙ୍କ ସଂଖ୍ୟା 200 ଟପିଥିବା ଜଣାପଡିଛି ।
ଗୁରୁବାର ଚିହ୍ନଟ ହୋଇଥିବା 46 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 19 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 27 ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ 19 ଜଣଙ୍କ ମଧ୍ୟରୁ 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଓଲଡ ଟାଉନ, 3 ଜଣ ରସୁଲଗଡ଼, 3 ଜଣ ସହିଦ ନଗର, 3 ଜଣ ସମନ୍ତରାୟପୁରରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟଙ୍କାପାଣି ରୋଡ଼, ଭିଏସଏସ ନଗର, ୟୁନିଟ 9, ୟୁନିଟ 4, ଖଣ୍ଡଗିରି, ଝରପଡ଼ା ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।