ଓଡିଶା

odisha

ETV Bharat / state

ହକି ବିଶ୍ୱକପ ପାଇଁ ଏୟାରପୋର୍ଟରେ ଆଲର୍ଟ, ୩ ତାରିଖରୁ ୨୪ଘଣ୍ଟିଆ ପୋଲିସ ମୁତୟନ - ଏୟାପୋର୍ଟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିସିପି

ହକି ବିଶ୍ବକପ ପାଇଁ ଭୁବନେଶ୍ବର ଏୟାପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି । ବିଦେଶୀ ଖେଳାଳି ଓ ମ୍ୟାଚ ଅଫିସିଆଲଙ୍କ ସମେତ ଭିଭିଆଇପି ଏବଂ ପର୍ଯ୍ୟଟକ ୪ ତାରିଖରୁ ଓଡ଼ିଶା ଆସିବେ । ଏନେଇ ୩ ତାରିଖରୁ ଏୟାରପୋର୍ଟରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ । ଅଧିକ ପଢ଼ନ୍ତୁ

ଏୟାପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି
ଏୟାପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି

By

Published : Dec 28, 2022, 8:59 PM IST

ଏୟାପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି

ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ଫୋକସରେ ଏୟାରପୋର୍ଟ । ବିଦେଶୀ ଖେଳାଳି ଓ ମ୍ୟାଚ ଅଫିସିଆଲଙ୍କ ସମେତ ଭିଭିଆଇପି ଏବଂ ପର୍ଯ୍ୟଟକ ୪ ତାରିଖରୁ ଆସିବେ ଓଡ଼ିଶା । ଏନେଇ ଆସନ୍ତା ୩ ତାରିଖରୁ ଏୟାରପୋର୍ଟରେ ରହିବ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ସହ ସୁରୁଖୁରୁରେ ପର୍ଯ୍ୟଟକଙ୍କ ପାଇଁ ଆଗମନ ନେଇ ସୁରକ୍ଷାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି । ଏୟାରପୋର୍ଟରୁ ବୋମା ମିଳିବା ଘଟଣାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।

ଏୟାରପୋର୍ଟରେ ଖେଳାଳିଙ୍କ ପ୍ରବେଶ, ପ୍ରସ୍ଥାନ ଓ ପର୍ଯ୍ୟଟକଙ୍କ ଆଗମନ ଓ ଟାକ୍ସି ଅପରେସନ ସହ ସଭିଙ୍କ ଜରୁରୀ ଯୋଗାଯୋଗ ପାଇଁ ହେଲ୍ପଡେସ୍କର ବ୍ୟବସ୍ଥା କରାଯିବ । ଜଣେ ଏୟାରପୋର୍ଟ ଅଧିକାରୀଙ୍କ ନେତୃତ୍ବରେ ଏୟାରପୋର୍ଟରେ ରହିବେ ୪ ଏସିପିଙ୍କ ସହ ୪ ଇନସ୍ପେକ୍ଟର ଓ ୧୬ ଜଣ ସବ ଇନସ୍ପେକ୍ଟର । ଏହାସହ ୨ ପ୍ଲାଟୁନ‌ ଫୋର୍ସ ଏୟାରପୋର୍ଟରେ ସୁରୁଖୁରୁ ଯିବାଆସିବା ଓ ଖେଳାଳିଙ୍କୁ ଏୟାରପୋର୍ଟରୁ ବାହାରିବା ପର୍ଯ୍ୟନ୍ତ ମୁତୟନ ରହିବା ପାଇଁ ବ୍ୟବସ୍ଥା ହେବ । ଆସନ୍ତା ୩ ତାରିଖରୁ ୨୪ ଘଣ୍ଟିଆ ସୁରକ୍ଷା ଡ୍ୟୁଟିରେ ‌ରହିବେ ପୋଲିସ କର୍ମଚାରୀ । ଏନେଇ ଏୟାରପୋର୍ଟ ଭିତରେ ରହିବାକୁ ଥିବା ଏୟାରପୋର୍ଟ ସିଆଇଏସଏଫ କର୍ମଚାରୀଙ୍କ ଓ ଏୟାରପୋର୍ଟ ଅଥରିଟିଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି ।

ଏନେଇ ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି, "ଏୟାରପୋର୍ଟରେ ପର୍ଯ୍ୟଟକ ଓ ଖେଳାଳିଙ୍କ ସୁରୁଖୁରୁ ପ୍ରବେଶ ଓ ପ୍ରସ୍ଥାନ ଆମ ଦାୟିତ୍ବ । ଏନେଇ ସମସ୍ତ ବ୍ୟବସ୍ଥା ହୋଇଛି । ବିମାନବନ୍ଦର ଆକୃଷ୍ଟ କରିବା ପାଇଁ ବିଭିନ୍ନ ଶୈଳୀରେ ସଜା ହେବାର‌ ବ୍ୟବସ୍ଥା ହେବ । ପାରମ୍ପରିକ ଓ ଐତିହ୍ୟ ସମ୍ପର୍କୀତ ପଟଚ୍ଚିତ୍ର ବିଭିନ୍ନ ପେଣ୍ଟିଂରେ ସଜାଯାଇଛି । ବାଲୁକା କଳା ମଧ୍ୟ ସୁସଜ୍ଜିତ କରାଯିବ । ବିଭିନ୍ନ ପ୍ରକାର ସୁରକ୍ଷା ଦିଗରେ ଅବଗତ ରହିଛୁ ।" ତେବେ ପୂର୍ବଥର ଅପେକ୍ଷା ଚଳିତ ହକି ବିଶ୍ବକପରେ ଅଧିକ ଲୋକ ଆସିବେ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ଅନ୍ୟପଟେ ଏୟାରପୋର୍ଟରେ ବୋମା ଗୁଜବ ଆସିବା ପରେ ଏନେଇ ବମସ୍କ୍ବାର୍ଡ ଓ ଡଗସ୍କ୍ବାର୍ଡ ଟିମ୍ ପହଞ୍ଚି ତନାଘନା କରିଥିଲେ । ତେବେ ଏହା କେବଳ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ । ସେପଟେ ସହରରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ହୋଟେଲ ଗୁଡ଼ିକରେ ମଧ୍ୟ କଡ଼ା ସୁରକ୍ଷା ରହିବ । ଖେଳାଳିଙ୍କ ଗସ୍ତବେଳେ ରାସ୍ତାରେ କଡ଼ା ସୁରକ୍ଷା ଦିଆଯିବ । ଏଥିସହ ସେମାନେ ବୁଲିବାକୁ ଯିବାକୁ ଥିବା ସ୍ଥାନକୁ ମଧ୍ୟ ସୁରକ୍ଷା ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details