ଓଡିଶା

odisha

ନିଶା କାରବାର: କଠୋର ଭୁବନେଶ୍ବର କୋର୍ଟ, NDPS କେସରେ କାହାରିକୁ ମିଳୁନି ଜାମିନ

no bail to any NDPS accuse in Odisha: ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ନିଶା କାରବାର । ଗତବର୍ଷ ଜୁଲାଇ ୧୮ରୁ ଏଯାବତ ନିଶା କାରବାର ମାମଲାରେ କୌଣସି ଆସାମିଙ୍କୁ ମିଳିନି ଜାମିନ । ଫଳରେ ଭୁବନେଶ୍ବର ଜିଲ୍ଲା ଜଜଙ୍କ ଏହି କଡ଼ା ଆଭିମୁଖ୍ୟ ନେଇ ଏବେ ଚର୍ଚ୍ଚା ହେଉଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

By ETV Bharat Odisha Team

Published : Dec 11, 2023, 11:09 PM IST

Published : Dec 11, 2023, 11:09 PM IST

no bail to any NDPS accuse in Odisha
no bail to any NDPS accuse in Odisha

ନିଶା କାରବାର: କଠୋର ଭୁବନେଶ୍ବର କୋର୍ଟ, NDPS କେସରେ କାହାରିକୁ ମିଳୁନି ଜାମିନ

ଭୁବନେଶ୍ବର: ସମାଜରେ ଚିନ୍ତାଜନକ ସ୍ଥିତିରେ ନିଶା କାରବାର । ଡ୍ରଗ୍ସଠୁ ଆରମ୍ଭ କରି ଗଞ୍ଜେଇ ଭଳି ନିଶାର ପ୍ରଭାବରେ ପ୍ରଭାବିତ ଯୁବପିଢି ଓ ସମାଜ । ନିଶାକୁ ନେଇ ଧରପଗଡ ଜୋରଦାର ମଧ୍ୟ ହେଉଛି । ତଥାପି ନିଶାଡି ଓ ନିଶା କାରବାର ଉପରେ ଲାଗୁନି ରୋକ । ହେଲେ ନିଶାକୁ ପ୍ରଶୟ ନ ଦେବାକୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଜିଲ୍ଲା ଜଜଙ୍କ କଡ଼ା ଆଭିମୁଖ୍ୟ ନେଇ ଏବେ ଚର୍ଚ୍ଚା ହେଉଛି । ନିଶା କାରବାରରେ ସମ୍ପୃକ୍ତ ଥିଲେ ମିଳୁନି କୋର୍ଟରେ ଜାମିନ । ଗଞ୍ଜେଇ ବା ବ୍ରାଉନସୁଗାର କେସରେ ଧରାପଡିଲେ ଅଭିଯୁକ୍ତଙ୍କୁ ନିସ୍ତାର ନାହିଁ ।

ଭୁବନେଶ୍ବର ଜିଲ୍ଲା କୋର୍ଟରେ NDPS ମାମଲାରେ ଆସମିଙ୍କୁ ନାହିଁ ଜାମିନ । ଗତବର୍ଷ ଜୁଲାଇ ୧୮ରୁ ଏଯାବତ ନିଶା କାରବାର ମାମଲାରେ କୌଣସି ଆସାମିଙ୍କୁ ଦିଆଯାଇନି ଭୁବନେଶ୍ବର କୋର୍ଟରେ ଜାମିନ । ଫଳରେ ତଳ କୋର୍ଟରୁ ଉପରେ କୋର୍ଟ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଦୌଡ଼ୁଛନ୍ତି NDPS କେସର ଅପରାଧୀ । କାରଣ ନିଶା ପାଇଁ କେତେ ଯେ ଭୟଙ୍କର ସ୍ଥିତି ଉପୁଜୁଛି ତାହା ହୁଏତ ହୃଦବୋଧ କରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଜ ନିଶିତ ନିଶଙ୍କ । ଏନେଇ ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା କହିଛନ୍ତି, "ନିଶା ଅବାଧ କାରବାର ଆମେ ବନ୍ଦ କରିବାକୁ ଚାହୁଁଛୁ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ନିଶିତ ନିଶଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଯେହେତୁ ସେ ସ୍ପେଶାଲ ଜଜ ଏନଡିପିଏସର ତାଙ୍କ କୋର୍ଟରେ ଯେତେ ଜଣ କୋର୍ଟ ଚାଲାଣ ହୋଇଛନ୍ତି ଯିଏ ବି NDPS କେସରେ କୋର୍ଟରେ ହାଜର ହୋଇଛି ସିଏ ଅବକାରୀ କେସ ହେଉ ପୋଲିସ କେସ ବା ସିଏ ଏସଟିଏଫ କେସ କୌଣସି ଗୋଟିଏ ଅପରାଧିକୁ ଆଜି ପର୍ଯନ୍ତ ବେଲ ଦିଆଯାଇନାହିଁ । ୫ ଗ୍ରାମ ବ୍ରାଉନ ସୁଗାରରେ କି ୧କିଲୋ ଗଞ୍ଜେଇ ପାଇଁ ଧରା ହୋଇଥିଲେ ବି ବେଲ୍‌ ନାହିଁ । ବର୍ଷକୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ NDPS କେସ ଆସୁଛି।"

ଏହା ବି ପଢନ୍ତୁ- ରାଜ୍ୟରେ ମୂଳପୋଛ ହେବ ନିଶା କାରବାର, ଭୁବନେଶ୍ୱରରେ ଖୋଲିଲା NCB ଜୋନାଲ ଅଫିସ

ଭୁବନେଶ୍ୱରେ କୋର୍ଟକୁ ଆସୁଥିବା ନିଶା କାରବାର ମାମଲାର ରେକର୍ଡ ଦେଖିଲେ NDPS ମାମଲାରେ ଗତବର୍ଷ ଜୁଲାଇରୁ ଏଯାବତ ଏସଟିଏଫ ୨୬ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏମାନନଙ୍କଠୁ ୧୭ କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । ସେହିପରି ବିଗତ ୫ ମାସ ମଧ୍ୟରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ୧୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଯାହାଙ୍କଠୁ ୪୦୮ ଗ୍ରାମର ବ୍ରାଉନ ସୁଗାର ସହ ୨୫୦ କେଜି ଗଞ୍ଜେଇ ଜବତ କରି କୋର୍ଟରେ ଏକଜିବିଟ କରାଯାଇଛି । ସେହିପରି ଭୁବନେଶ୍ବର ବିଭିନ୍ନ ଥାନା ଅଞ୍ଚଳରୁ ଚଳିତ ବର୍ଷ ଏଯାବତ ୧୨୫ଟି କେସରେ ୨୭୬ ଜଣ ଅଭିଯୁ୍କ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଛନ୍ତି । ୧ କେଜି ବ୍ରାଉନସୁଗାର ସହ ୧୮ କ୍ଟିଣ୍ଟାଲ ଗଞ୍ଜେଇ ଜବତ କରି କୋର୍ଟକୁ ଅବଗତ କରାଇଛି କମିସନରେଟ ପୋଲିସର ଭୁବନେଶ୍ୱର ଜିଲ୍ଲା ପୋଲିସ । ସେହିପରି ଭୁବନେଶ୍ୱର ଅବକାରୀ ଓ ଫ୍ଲାଇଙ୍ଗ ସ୍କ୍ବାଡ ମଧ୍ୟ ୧୦୫ ଜଣ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଓ ଗଞ୍ଜେଇ କାରବାର ମାମଲାରେ‌ ଭୁବନେଶ୍ୱର ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇଛି ଯାହକଙ୍କୁ କୋର୍ଟ ମଧ୍ୟ ଜାମିନ ଦେଇନାହାନ୍ତି ।


ଏନେଇ ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଆମର ବିଶେଷ କରି ଆଣ୍ଟି ନାର୍କୋଟିକସ ଡ୍ରାଇଭ୍ ଜାରି ରହିଛି । ତିନି ବର୍ଷ ଧରି ବେସ ଦୃତ ଗତିରେ ଏହି ଡ୍ରାଇଭ୍ ଜାରି ରଖାଯାଇଛି । ୨୦୨୧ରେ ଅତ୍ୟଧିକ ମାତ୍ରାରେ ଜବତ ହୋଇଥିଲା।ସେହି ହିସାବରେ ୨୦୨୨ଓ ୨୦୨୩ରେ ମଧ୍ୟ ଏହି ଧାରା ଜାରି ରହିଛି।ଏଥିପାଇଁ ଆମର ସ୍ପେଶାଲ ଓ୍ବିଙ୍ଗ ସ୍ପେଶାଲ କ୍ରାଇମ୍ ୟୁନିଟ NDPS କେସର ଏଥିପାଇଁ ଧରପଗଡ କରୁଛନ୍ତି । " ନିଶା ପାଇଁ ଯେ କେତେ ଯେ ପରିବାର ଉଜୁଡୁଛି, କେତେ ପାଠୁଆ ନିଜର ଭବିଷ୍ୟତ ଉଜାଡୁଛନ୍ତି, କେତେ ଜଣ ନିଶା ପାଇଁ ଅପରାଧର ରାସ୍ତା ବାଛୁଛନ୍ତି ତାହା ଗଣିବା କଷ୍ଟକର । ଏପରି ସ୍ଥିତିରେ ନିଶା ବିରୋଧରେ କୋର୍ଟଙ୍କ କଡା ନିଷ୍ପତ୍ତି ସମାଜରେ ପରିବର୍ତ୍ତନ ଆଣିବାର ଆଶା ସଞ୍ଚାର କରିଛି ।

NDPS (Narcotic Drugs and Psychotropic Substances)ଯେକୌଣସି ବ୍ୟକ୍ତି ନିଶା ଜାତୀୟ ଦ୍ରବ୍ୟ ଯେପରିକି ଡ୍ରଗ୍ସ , ଗଞ୍ଜେଇ ବା କୋକେନ ଭଳି ପଦାର୍ଥ ସହ ଧରାପଡେ ତା ବିରୋଧରେ NDPSର ଆକ୍ଟ ୧୯୮୫ ଆଧାରରେ ପୋଲିସ ବା ଅବକାରୀ ବା ନାର୍କୋଟିକସ ଟିମ୍ ଧରପଗଡ କରିଥାନ୍ତି । ନିଶା ଖାଇବା ଓ ରଖିବା ଆଇନଗତ ଅପରାଧ ଯାହାକୁ ନେଇ କଡ଼ା ଆଇନ ରହିଛି ।


ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details