ଓଡିଶା

odisha

By

Published : Jan 25, 2023, 10:50 PM IST

ETV Bharat / state

୭ଦିନ ଭିତରେ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ଦାବି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ଘେରାଓ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ୭ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ନହେଲେ ଆସନ୍ତା ୩୧ ତାରିଖରେ ପୁଣି ସମସ୍ତ ବ୍ଲକ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି । ଅଧିକ ପଢ଼ନ୍ତୁ

ଆବାସ ଯୋଜନାକୁ ନେଇ ବିଜେପିର ଆନ୍ଦୋଳନ
ଆବାସ ଯୋଜନାକୁ ନେଇ ବିଜେପିର ଆନ୍ଦୋଳନ

ଆବାସ ଯୋଜନାକୁ ନେଇ ବିଜେପିର ଆନ୍ଦୋଳନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବିରେ ବୁଧବାର ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ କରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ମଧ୍ୟ ଦେଇଛି ବିଜେପି । ତେବେ ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳେ, ଆସନ୍ତା ୩୧ ତାରିଖରେ ପୁଣି ସମସ୍ତ ୩୧୪ ବ୍ଲକ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ଵର ବିଜେପି ସଭାପତି ବାବୁ ସିଂ ।

ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବୁଧବାର ଭୁବନେଶ୍ଵର ବ୍ଲକ ଅଫିସ ଘେରାଓ କରିଛି ବିଜେପି । ସେହିପରି ଆଜି ରାଜ୍ଯରେ ୩୧୪ଟି ବ୍ଲକରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବାବୁ ସିଂ କହିଛନ୍ତି, "ରାଜ୍ଯରେ ଗରୀବ ଲୋକଙ୍କର ହକ୍‌କୁ କେହି ଅପହରଣ କରିବ, ଏହାକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ । ତେଣୁ ବିଜେପି ଏହାକୁ ନଜର ରଖିଛି । ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଓଡିଶାରେ ଏହି ଯୋଜନାକୁ ସଠିକତାର ସହ ପ୍ରଣୟନ ପାଇଁ ଭାରତୀୟ ଜନତା ପାର୍ଟି ଦୃଷ୍ଟି ରଖିଛି । ରାଜ୍ୟ ସରକାର ମାଗିଥିବା ଘରଠାରୁ ଅଧିକ ଦେଇଛନ୍ତି ମୋଦି ସରକାର । ରାଜ୍ୟରେ ୨୭ ଲକ୍ଷ ପକ୍କାଘର ଆବଶ୍ୟକ ଥିବାର ରାଜ୍ୟ ସରକାର କହିଥିବାବେଳେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ପକ୍କା ଘର ଯୋଗାଇ ଦେଇଛନ୍ତି ମୋଦି ସରକାର । ମାତ୍ର ଚଞ୍ଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଣ୍ଟନ କରିଥିବା କାରଣରୁ ଆଜି ଲକ୍ଷ ଲକ୍ଷ ବାସହୀନ ପକ୍କାଘର ପାଇବାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ ବାସ କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ।"

ରାଜ୍ୟ ସରକାରଙ୍କ ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଅଭିଯୋଗ କରି ବିଜେପି ଏହାକୁ ସବୁବେଳେ ବିରୋଧ କରିଆସୁଛି । ସଠିକ୍ ଭାବରେ ହିତାଧିକାରୀ ତାଲିକାକୁ ଆଗାମୀ ୭ ଦିନ ଭିତରେ ପ୍ରକାଶ କରାଯାଉ ବୋଲି ବିଜେପି ଦାବିକରିଛି । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଦିଆନଯାଉ । ତେବେ ଆଗାମୀ ସପ୍ତାହରୁ ଘର ପାଇବାରୁ ବଞ୍ଚିତ ଲୋକମାନଙ୍କ ସହଯୋଗରେ ବିଜେପି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଅଫିସ ଘେରାଓ କରିବ ଏବଂ ବିଧାନସଭା ଘେରାଓ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ଵର ବିଜେପି ସଭାପତି ବାବୁ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details