ଓଡିଶା

odisha

ETV Bharat / state

ବିଜେଡି ମୁଖପାତ୍ରମାନେ ଅପରାଜିତାଙ୍କୁ ଭୟ କରୁଛନ୍ତି: ବାବୁ ସିଂ - ବିଜେଡି ପ୍ରଶ୍ନର ଉତ୍ତର ଦେଲା ବିଜେପି

5T ସଚିବଙ୍କୁ ଟାର୍ଗେଟ କରିବା ପରେ ଏବେ ବିଜେଡି ଟାର୍ଗେଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ଅପରାଜିତାଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସାଂସଦ ଅନୁପସ୍ଥିତ ଥିବାରୁ ଏହାର ଉତ୍ତର ରଖିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଅଧିକ ପଢ଼ନ୍ତୁ

ବିଜେଡି ମୁଖପାତ୍ର ମାନେ ଅପରାଜିତାଙ୍କୁ ଭୟ କରୁଛନ୍ତି
ବିଜେଡି ମୁଖପାତ୍ର ମାନେ ଅପରାଜିତାଙ୍କୁ ଭୟ କରୁଛନ୍ତି

By

Published : Jun 27, 2023, 10:10 PM IST

ବିଜେଡି ମୁଖପାତ୍ର ମାନେ ଅପରାଜିତାଙ୍କୁ ଭୟ କରୁଛନ୍ତି

ଭୁବନେଶ୍ଵର: ଭବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ 5T ସଚିବଙ୍କ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ରାଜ୍ୟ ରାଜନୀତି ତେଜିଛି । ବିରୋଧୀ ବିଜେପି ଏବଂ କଂଗ୍ରେସ ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଆକ୍ରମଣ କରୁଛନ୍ତି । ଏହାରି ଭିତରେ ବିଜେଡିର ଟାର୍ଗେଟକୁ ଆସିଛନ୍ତି ସାଂସଦ ଅପରାଜିତା । ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୫ଟି ପ୍ରଶ୍ନ ପଚାରିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଏହାପରେ ସମସ୍ତ ପ୍ରଶ୍ନ ଉତ୍ତର ରଖିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ସାଂସଦ ଅନୁପସ୍ଥିତ ଥିବାରୁ ସେ ଉତ୍ତର ରଖିଛନ୍ତି ।

ସେ କହିଛନ୍ତି, "ଡେରିରେ ହେଉ ପଛେ ବିଜେଡି ମୁଖପାତ୍ର ମାନଙ୍କର ନିଦ ଭାଙ୍ଗିଛି । ସେଥିପାଇଁ ଆମେ ସ୍ଵାଗତ କରୁଛୁ । ୧୭ ତାରିଖରେ ଭୁବନେଶ୍ଵର ସାଂସଦ ସାମ୍ବାଦିକ ସମ୍ମିଳନୀ କରିଥିଲେ । କହିଥିଲେ ୨୪ ଘଣ୍ଟା ଭିତରେ ଶାସକ ଦଳ ନେତାମାନେ ଯାହା ଜବାବ ଦେବେ ସିଧା ଦେବେ । ବୁଲେଇ ବଙ୍କେଇ ଦେବେ ନାହିଁ । କିନ୍ତୁ ଉତ୍ତର ମିଳିଲା ନାହିଁ । ଏବେ ସାଂସଦ ବିଦେଶ ଗସ୍ତରେ ଅଛନ୍ତି । ସାଂସଦ ଭୁବନେଶ୍ଵରରେ ଥିବାବେଳେ ଯଦି ବିଜେଡିର ମୁଖପାତ୍ର ମାନେ ପ୍ରଶ୍ନ କରିଥାନ୍ତେ ଭଲ ହୋଇଥାନ୍ତା । ସାଂସଦ ତାର ଉତ୍ତର ଦେଇଥାନ୍ତେ । ଏଥିରୁ ସ୍ପଷ୍ଟ ହେଉଛି ବିଜେଡି ମୁଖପାତ୍ର ମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୟ କରୁଛନ୍ତି । ତେଣୁ ସାଂସଦ ନଥିଲା ବେଳେ ପ୍ରଶ୍ନ କରୁଛନ୍ତି । ଶ୍ରୀମୟୀ ମିଶ୍ରଙ୍କ ଘର ବଲାଙ୍ଗୀର । ସେ ଭୁବନେଶ୍ଵରରେ ରହୁଛନ୍ତି । ସେ ବୋଧହୁଏ ଖାଲି ଇସ୍କନ ଚାରିପଟେ ବୁଲୁଛନ୍ତି । ଇସ୍କନ ସାମ୍ନାରେ ୨୦ ବର୍ଷ ହେଲା ପାଣି ଜମୁଛି । ପୁରୁଣା ଭୁବନେଶ୍ଵର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପାଣି ଜମୁଛି ଏବଂ ଘଣ୍ଟା ଘଣ୍ଟା ରାସ୍ତା ବନ୍ଦ ହୋଇଯାଇଛି ।" ତେଣୁ ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଗଳିକନ୍ଦି ବୁଲିକି କେଉଁଠି ସବୁ ପାଣି ଜମୁଛି ଦେଖନ୍ତୁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କ ସମସ୍ୟା ସମାଧାନ ବଦଳରେ ନିଜ ଛବି ସୁଧାରିବାରେ ବ୍ୟସ୍ତ ଅପରାଜିତା: ବିଜେଡି

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବାବୁ ସିଂ କହିଛନ୍ତି, "ଡ୍ରେନେଜ୍ ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । ଭୁବନେଶ୍ଵରରେ ଯେତେ ଡ୍ରେନେଜ୍‌, ଅଛି ସବୁ ଗଙ୍ଗୁଆ ନାଳ ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ଦାୟିତ୍ଵ ନେଇଥିଲେ । ତେଣୁ ବିଜେଡିର ମୁଖପାତ୍ର ମାନେ ଭୁବନେଶ୍ଵର ସବୁ ୱାର୍ଡକୁ ଯାଇ ଦେଖନ୍ତୁ ସ୍ବରେଜ ସିଷ୍ଟମ କଣ ଅଛି ।" ରିଙ୍ଗ ରୋଡ଼ ପ୍ରଶ୍ନରେ ସେ କହିଛନ୍ତି, "ବିଜେଡି ପାଖରେ ବୋଧହୁଏ ତଥ୍ୟ ନାହିଁ । କାରଣ ରିଙ୍ଗ ରୋଡ୍‌ ପାଇଁ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଗଲାଣି । ଆହୁରି ୨୦ଟି ଅଣ୍ଡର ପାସ, ଓଭର୍‌ ବ୍ରିଜ ବାକି ଅଛି । ସେଥିପାଇଁ କାମ ଡେରି ହେଉଛି । ଅଧିକ ୨୦ଟି ଅଣ୍ଡର ପାସ କରାଯାଉଥିବାରୁ ଭୁବନେଶ୍ଵରରୁ ଚିଲିକା ପର୍ଯ୍ୟନ୍ତ ରାସ୍ତା ବିଳମ୍ବ ହେଉଛି । ଆଉ ରହିଲା ବ୍ୟାଙ୍କିଂ କ୍ଷେତ୍ରରେ ଓଡିଶାରେ ସବୁଆଡ଼େ ଠିକ୍ ଅଛି ।" ବିଶେଷ କରି ଭୁବନେଶ୍ଵରରେ ବ୍ୟାଙ୍କିଂ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ ବୋଲି ବାବୁ ସିଂ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details