ଓଡିଶା

odisha

ETV Bharat / state

ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ଦାବି, କାରଣ ଦର୍ଶାଇଲା ଭୁବନେଶ୍ବର ବାଲିଯାତ୍ରା କମିଟି - ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ନିମନ୍ତେ ସରକାରଙ୍କୁ ଦାବି

ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ପ୍ରଦାନ ନିମନ୍ତେ ସରକାରଙ୍କୁ ଦାବି କରିଛନ୍ତି ଭୁବନେଶ୍ବର ବାଲିଯାତ୍ରା କମିଟି । ସମ୍ମିଳନୀ ମାଧ୍ୟମରେ କାହିଁକି ଜିଲ୍ଲା ମାନ୍ୟତା ଦିଆଯିବ ସେନେଇ ତଥ୍ୟ ଉପସ୍ଥାପିତ କଲା କମିଟି । ଅଧିକ ପଢ଼ନ୍ତୁ

ଭୁବନେଶ୍ବରକୁ ଦିଆଯାଉ ଜିଲ୍ଲା ମାନ୍ୟତା: ଭୁବନେଶ୍ବର ବାଲିଯାତ୍ରା କମିଟି
ଭୁବନେଶ୍ବରକୁ ଦିଆଯାଉ ଜିଲ୍ଲା ମାନ୍ୟତା: ଭୁବନେଶ୍ବର ବାଲିଯାତ୍ରା କମିଟି

By

Published : Apr 10, 2023, 8:32 PM IST

ଭୁବନେଶ୍ବରକୁ ଦିଆଯାଉ ଜିଲ୍ଲା ମାନ୍ୟତା: ଭୁବନେଶ୍ବର ବାଲିଯାତ୍ରା କମିଟି

ଭୁବନେଶ୍ବର: ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛନ୍ତି ଭୁବନେଶ୍ବର ବାଲିଯାତ୍ରା କମିଟି । ଏନେଇ କମିଟି ପକ୍ଷରୁ ବୁଦ୍ଧ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ପ୍ରେସମିଟ୍‌ ମାଧ୍ୟମରେ କାହିଁକି ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ଦିଆଯିବା ଉଚିତ ସେନେଇ କମିଟି ତଥ୍ୟ ଉପସ୍ଥାପନା କରିଛି ।

କମିଟି ପକ୍ଷରୁ କୁହାଯାଇଛି, ରାଜ୍ୟରେ ବର୍ତ୍ତମାନ ୧୨ ଜିଲ୍ଲାର ଲୋକସଂଖ୍ୟା ଭୁବନେଶ୍ୱରଠାରୁ କମ୍‌ । ହେଲେ ସେହି ଜିଲ୍ଲାଗୁଡିକ ୩୦ ବର୍ଷ ହେବ ଜିଲ୍ଲାର ମାନ୍ୟତା ବଜାୟ ରଖିଛନ୍ତି । ସେହି ଅନୁସାରେ ଭୌଗଳିକ ମାନଚିତ୍ରରେ ପରିଧି ମଧ୍ୟରେ ଥିବା ଭୁବନେଶ୍ୱର ତାର ଜନସଂଖ୍ୟାକୁ ନେଇ ଜିଲ୍ଲାର ମାନ୍ୟତା ପାଇବା ପାଇଁ ପ୍ରଯୁଜ୍ୟ ବୋଲି ସେମାନେ କହିଛନ୍ତି । ତେବେ ଚଳିତ ବର୍ଷ ଭୁବନେଶ୍ୱରକୁ ୭୫ ବର୍ଷ ପୁରୁଥିବା ବେଳେ ଏହି ମାନ୍ୟତାକୁ ଦିଆଯାଉ ବୋଲି ଦାବିକରି ୧୦ ହଜାର ଲୋକଙ୍କ ଦସ୍ତଖତ ଦସ୍ତାବିଜ ସହ ସରକାରଙ୍କୁ ଦାବିପତ୍ର ଦେଇଛି କମିଟି ।

ସୂଚନାନୁଯାୟୀ, ଭୁବନେଶ୍ୱରରେ ବର୍ତ୍ତମାନ ୧୧ ଲକ୍ଷ ୬୧ ହଜାର ଲୋକସଂଖ୍ୟା ରହିଛି । ଏହି ତୁଳନାରେ ବୌଦ୍ଧ ୪ ଲକ୍ଷ ୪୧ ହଜାର ୧୬୨, ଦେବଗଡ ୩ ଲକ୍ଷ ୧୯ ହଜାର ୧୬୪, ଗଜପତି ୫ଲକ୍ଷ ୭୭ ହଜାର ୮୧୭, ଜଗତସିଂହପୁର ୧୧ ଲକ୍ଷ ୩୭ ହଜାର ୯୭୧, ଝାରସୁଗୁଡା ୫ଲକ୍ଷ ୭୯ ହଜାର ୫୦୫, କନ୍ଧମାଳ ୭ ଲକ୍ଷ ୩୩ ହଜାର ୧୧୦ ଏବଂ ସୁବର୍ଣ୍ଣପୁରରେ ୬ ଲକ୍ଷ ୧୦ ହଜାର ୧୮୩ ଲୋକସଂଖ୍ୟା ରହିଛି । ଏମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱରଠୁ କମ୍‌ ହୋଇଥିବା ବେଳେ ଜିଲ୍ଲାର ମାନ୍ୟତା ପାଇଛନ୍ତି ।

ତେଣୁ ଏହି ୧୧ ଜିଲ୍ଲାର ତୁଳନାରେ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ଜିଲ୍ଲର ମାନ୍ୟତା ଦିଆଯାଉ ବୋଲି କହିଛି କମିଟି । ଅନ୍ୟପଟେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ବେଳେ ମାତ୍ର ୬ ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ୧୯୦୩ରେ ଏହି ବିପ୍ଳବ ଆରମ୍ଭ ହୋଇଥିବା ବେଳେ ୩୦ ବର୍ଷର ପରିଶ୍ରମ ପରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ତେଣୁ ସମୟକ୍ରମେ ସ୍ଥିତି ବଦଳିଥିବା ବେଳେ ଭୁବନେଶ୍ୱର ଲୋକଙ୍କର ସୁବିଧା ସୁଯୋଗ ପାଇଁ ଜିଲ୍ଲା ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଦାବି ହୋଇଛି । ଭୁବନେଶ୍ୱରକୁ ନେଇ ସରକାର ବିଚାର କରନ୍ତୁ ଆଉ ସମସ୍ତ ମାନସମନ୍ଥନ କରି କିଭଳି ଏହାକୁ ଜିଲ୍ଲାର ମାନ୍ୟତା ଦିଆଯିବ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କମିଟି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details