ଓଡିଶା

odisha

ETV Bharat / state

ନିଶା ପାଲଟିଲା ପେଶା, ଚିତ୍ରରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟରେ ତେଜସ୍ମିତା - ଚିତ୍ରକଳାରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର

ଦିନେ ନିଜ ଖୁସି ପାଇଁ ଚିତ୍ର ଆଙ୍କୁଥିଲେ ହେଲେ ଧୀରେଧୀରେ ତାହା ନିଶାରେ ପରିଣତ ହୋଇଥିଲା । ଆଉ ତାଙ୍କ ହାତ ଯାଦୁରେ କଥା କହିବାକୁ ଲାଗିଲା ଚିତ୍ରକଳା । ଚିତ୍ର ଜରିଆରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ୱର ତେଜସ୍ମିତା ପଟ୍ଟନାୟକ ଆଗେଇ ଆସିଛନ୍ତି । ଅଧିକ ପଢ଼ନ୍ତୁ

Artist  promote Odishas art culture in paintings
ଚିତ୍ରରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟରେ ତେଜସ୍ମିତା

By ETV Bharat Odisha Team

Published : Nov 21, 2023, 3:27 PM IST

ଚିତ୍ରରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟରେ ତେଜସ୍ମିତା

ଭୁବନେଶ୍ବର: ଚିନ୍ତାକୁ ଭାବନାକୁ ଚିତ୍ର ଜରିଆରେ ପକାଶ କରିବାର ଏକ ମାଧ୍ୟମ ଚିତ୍ର । ଚିତ୍ର କରିବା ଅନେକଙ୍କୁ ଭଲ ଲାଗେ । ଟିକେ ଫୁରସତ ସମୟ ମିଳିଲେ ତୂଳ ଧରି ବସିଯାଆନ୍ତି ଚିତ୍ରଶିଳ୍ପୀ । ଚିତ୍ର ଅନେକଙ୍କର ନିଶା ମଧ୍ୟ ହୋଇଯାଏ । 24 ଘଣ୍ଟା ଚିତ୍ର କରିବାରେ ଲାଗି ପଡନ୍ତି । ଠିକ୍ ସେମିତି ଜଣେ ହେଉଛନ୍ତି ଭୁବନେଶ୍ବର ଚନ୍ଦ୍ରଶେଖରପୁରର ତେଜସ୍ମିତା ପଟ୍ଟନାୟକ । ଦିନେ ନିଜ ଖୁସି ପାଇଁ ଚିତ୍ର ଆଙ୍କୁଥିଲେ ହେଲେ ଧିରେ ଧିରେ ତାହା ନିଶାରେ ପରିଣତ ହୋଇଥିଲେ । ଆଉ ତାଙ୍କ ହାତ ଯାଦୁରେ କଥା କହିବାକୁ ଲାଗିଲା ଚିତ୍ରକଳା । ଚିତ୍ର ଜରିଆରେ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟ ରଖିଛନ୍ତି ତେଜସ୍ମିତା ପଟ୍ଟନାୟକ ।

ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଅଞ୍ଚଳର ବାସିନ୍ଦା ତେଜସ୍ମିତା ପଟ୍ଟନାୟକ । ଜୀବନରେ ଚିତ୍ରକୁ ବ୍ରତ କରି ନେଇଛନ୍ତି । ତେଜସ୍ମିତା ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରୁ ସ୍ନାତକତ୍ତୋର ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଭଳି କି କିଛି ବର୍ଷ ଧରି ମଧ୍ୟ କଲେଜରେ ଅଧ୍ୟାପିକା ରହିଛନ୍ତି । ହେଲେ ନିଜର ନିଶାକୁ ଛାଡ଼ି ପାରି ନଥିଲେ । ଚିତ୍ର କରିବା ନିଶା ଦିନେ ପେଶାରେ ପରିଣତ ହୋଇଥିଲା ଦିନ ଥିଲା କେବଳ ନିଜର ଖୁସି ଓ ଆତ୍ମସନ୍ତୋଷ ପାଇଁ ଚିତ୍ର କରୁଥିଲେ । ହେଲେ ଏବେ ଦିନ ଠାରୁ ରାତି କେବେଳ ଚିତ୍ର କରିବାରେ ଲାଗି ପଡିଛନ୍ତି । ଏବେ ସମ୍ପୂର୍ଣ୍ଣ ଭାବରେ ଚିତ୍ର କଳାକୁ ବୃତ୍ତି କରି ଦେଇଛନ୍ତି । ଚିତ୍ର କଳା ତାଙ୍କ ପାଇଁ ଏବେ ନିତି ଦିନିଆ କାମ ପାଲଟିଯାଇଛି । ଘରେ ରହିଥିବା ବ୍ୟବହାର ସାମଗ୍ରୀରେ ମଧ୍ୟ ସୁନ୍ଦର ସୁନ୍ଦର ଚିତ୍ର କରୁଛନ୍ତି ସେ । କାନଭାସ ଉପରେ ଚିତ୍ର କରିବା ସହ ପେନ ଷ୍ଟାଣ୍ଡ, ଶାଢ଼ୀ, ଫୁଲ କୁଣ୍ଡ, ପୋଷାକ ଗୃହ ସଜା ସାମଗ୍ରୀ ବିଭିନ୍ନ ପଥର ସମେତ କାଠ ଉପରେ ଚିତ୍ର ଆଙ୍କି ବେଶ୍ ପ୍ରସଂଶା ପାଇଛନ୍ତି । ଛୋଟ ଛୋଟ ଜିନିଷ ଉପରେ ଚିତ୍ର କଳା କରି ଏହାକୁ ଅଦରକାରୀକୁ ବ୍ୟବହାର ଉପଯୋଗୀ କରିଛନ୍ତି । ଏହା ସହ କଳା କ୍ଷେତ୍ରରେ ପ୍ରସାର ଘଟିବ ବୋଲି ଆଶା ରଖିଛନ୍ତି ତେଜସ୍ମିତା । ଦୀର୍ଘ 5 ବର୍ଷ ହେବ ଚିତ୍ର କରି ଆସୁଛନ୍ତି ସେ । ତାଙ୍କୁ ଗୋଟିଏ ଚିତ୍ର କରିବାକୁ 5ରୁ 10 ଦିନ ସମୟ ଲାଗିଥାଏ ।

ଏହା ବି ପଢନ୍ତୁ...ସୁଶ୍ରୀଙ୍କ ତୂଳୀରେ ଜୀବନ୍ତ କଳାକୃତି: ପରିଚୟ ଦେଲା ଚିତ୍ରକଳା, ଅନଲାଇନ ବ୍ୟବସାୟରେ ମିଳୁଛି ରୋଜଗାର

ଛୋଟ ବେଳରୁ ଚିତ୍ରକଳା ପ୍ରତି ତାଙ୍କର ନିଶା ଦେଖିବାକୁ ମିଳିଥିଲା । ସେହି ନିଶା ଏବେ ପେଶା ପାଲଟିଛି । ଏପରିକି ତେଜସ୍ମିତାଙ୍କ ଘରେ ରହିଛି ପାଖାପାଖି ୧୦୦୦ରୁ ଊର୍ଦ୍ଧ୍ବ କାନଭାସ ଚିତ୍ର । ଘର ସାରା ଖାଲି ପେଣ୍ଟିଂ ଆଉ ପେଣ୍ଟିଂ । ଏହାକୁ ମଧ୍ୟ ଉଭୟ ଅନଲାଇନ ଓ ଆଫଳାଇନ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି । ତେଣୁ ସେ ପେଣ୍ଟିଂ ବିକ୍ରିରେ ଯାହା ଟଙ୍କା ଆସେ ସେଥିରେ ଜିନିଷ କିଣି ନୂଆ ନୂଆ ପେଣ୍ଟିଂ କରିବାରେ ଲାଗିପଡ଼ନ୍ତି । ବିଭିନ୍ନ ଶାଢ଼ୀ ଆଉ କାନଭାଷ ଉପରେ ଜଗତନ୍ନଥଙ୍କ ଚିତ୍ର କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ଏହାପରେ ବିଭିନ୍ନ ପ୍ରଦର୍ଶନୀରେ ଚିତ୍ରକଳା ପଦର୍ଶନ କରି ଲୋକଲୋଚନକୁ ଆଣୁଛନ୍ତି । ତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପେଣ୍ଟିଂ ଜୀବନ୍ତ ଆଉ ପ୍ରଭାବୀ ହୋଇପାରିଛି । ଏହାସହ ପିଲାଙ୍କୁ ନେଇ ମାଗଣାରେ ଚିତ୍ର କଳା ପ୍ରଶିକ୍ଷଣ ଦେଉଛନ୍ତି । ଏହାରି ଜରିଆରେ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସେ । ବେଳେ ସେତିକି ନୁହେଁ ମାଗଣାରେ ମଧ୍ୟ ଚିତ୍ରକଳା ପ୍ରଶିକ୍ଷଣ ଦେଇ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details