ଓଡିଶା

odisha

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାସଂଘ, ଲକ୍ଷ୍ମୀ ପୂଜା ଯାଏଁ ସ୍ଥଗିତ

By ETV Bharat Odisha Team

Published : Oct 20, 2023, 7:31 AM IST

ପ୍ରଶାସନର ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାସଂଘ । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ । ଅଧିକ ପଢ଼ନ୍ତୁ

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାସଂଘ,ଲକ୍ଷ୍ମୀ ପୂଜା ଯାଏଁ ସ୍ଥଗିତ
ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାସଂଘ,ଲକ୍ଷ୍ମୀ ପୂଜା ଯାଏଁ ସ୍ଥଗିତ

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାସଂଘ,ଲକ୍ଷ୍ମୀ ପୂଜା ଯାଏଁ ସ୍ଥଗିତ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାସଂଘ । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ । ପ୍ରଶାସନ ସହ ଆଲୋଚନା ପରେ ପରିବା ମହାସଂଘ ଆନ୍ଦୋଳନକୁ ସ୍ଥଗିତ କରିଛି । ଏହି ଆଲୋଚନାରେ ସଂଘର ବିଭିନ୍ନ ଦାବିକୁ ନେଇ ହୋଇଥିଲା ଆଲୋଚନା । ମହାସଂଘର ସମସ୍ତ ଦାବିକୁ ପୁରଣ କରିବାକୁ ବିଏମ୍‌ସି ପ୍ରତିଶୃତି ଦେଇଥିବାରୁ ଆନ୍ଦୋଳନରୁ ଓହରିଛି ସଂଘ ।

ଏଣୁ ଆଉ ଦଶହରାରେ ଦୋକାନ ବନ୍ଦ ରଖିବ ନାହିଁ ଅର୍ଥାତ ପର୍ବ ପର୍ବାଣୀ ସମୟରେ ଦୋକାନ ବନ୍ଦ ପଡ଼ିବା ନେଇ ବିଏମ୍‌ସି ଅନୁମତି ଦେବ ନାହିଁ ବୋଲି ନିଷ୍ପତିରେ କୁହାଯାଇଛି ବୋଲି ରାଜଧାନୀ କଞ୍ଚା ପନି ପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁଙ୍କ ପ୍ରତିକ୍ରିୟା ରଖିଛନ୍ତି । ତେବେ ୭ ଦଫା ଦାବିକୁ ନେଇ ୨୦ ତାରିଖରୁ ବନ୍ଦ ଡାକରା ଦେଇଥଲା ସଙ୍ଘ । ମହାସଂଘର ଆନ୍ଦୋଳନ ଡାକରା ପରେ ଗତ କାଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ବିଏମ୍‌ସି ଡେପୁଟି କମିଶନର୍, କମିସନରେଟ୍ ପୋଲିସର ଯୋନ 1 ଏସିପି, ଆଇଆଇସି ଓ ଜେଡିସି ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ଦାବିଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି ।

ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବା ବ୍ୟବସାୟ ବନ୍ଦ କଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବ ବୋଲି କହି ବିଏମସି ସେମାଙ୍କଠାରୁ ସମାଧାନ ପାଇଁ ସମୟ ମାଗିଛି । ଦାବି ନେଇ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛି ବିଏମସି । ଏହାପରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ଏକ ନମ୍ବର ହାଟ ।

ଏହା ମଧ୍ୟ ପଢନ୍ତୁ...7 ଦଫା ଦାବି ନେଇ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ

ଏଠାରେ ସୂଚନା ଥାଉକି ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡ଼ରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ -୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା । ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତି ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ୍‌ ବଜାର ପଡିବା ଦ୍ୱାରା ମଣ୍ଡି ମଧ୍ୟକୁ ଭାରିଯାନ ଚଳାଚଳରେ ଅସୁବିଧା ହେଉଛି ।

ସେହିପରି ୧-ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ଏକ ନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀ ପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତୀ ବିକ୍ରି ବନ୍ଦ ଆଦି ଦାବି ରହିଛି । ବିଶେଷ କରି ଆଇଗିଣିଆରେ ବିଏମ୍‌ସି ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୦ ଏକର ଜମି ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଛି ମହାସଂଘ ନଚେତ୍ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଂଘ ।

ଇଟିଭି ଭାରତ,ଭୁବନେଶ୍ୱର

ABOUT THE AUTHOR

...view details