ଓଡିଶା

odisha

ETV Bharat / state

'ଅପରେସନ ୧୨/୧୭'ର ଶୁଭ ମହୁରତ, ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ଶ୍ରେୟାନ ଏବଂ ଭୂମିକା - ସୁଧାଂଶୁ ସାହୁ ନିର୍ଦ୍ଦେଶିତ ଫିଲ୍ମ ଅପରେସନ ୧୨ ୧୭

ଓଡ଼ିଆ ଫିଲ୍ମ 'ଅପରେସନ ୧୨/୧୭' ର ଶୁଭମୁହରତ । ଆସନ୍ତାକାଲିଠୁ ଆରମ୍ଭ ହେବ ଫିଲ୍ମର ସୁଟିଂ । ଫିଲ୍ମରେ ପ୍ରଥମ ଥର ପାଇଁ ନଜର ଆସିବେ ଭୂମିକା ଦାଶ ଏବଂ ଶ୍ରେୟାନ । ଅଧିକ ପଢନ୍ତୁ

ଓଡ଼ିଆ ଫିଲ୍ମ ''ଅପରେସନ ୧୨/୧୭" ର ଶୁଭ ମହୁରତ, ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ଶ୍ରେୟାନ ଏବଂ ଭୂମିକା
ଓଡ଼ିଆ ଫିଲ୍ମ ''ଅପରେସନ ୧୨/୧୭" ର ଶୁଭ ମହୁରତ, ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ଶ୍ରେୟାନ ଏବଂ ଭୂମିକା

By

Published : Aug 6, 2023, 8:45 PM IST

ଓଡ଼ିଆ ଫିଲ୍ମ ''ଅପରେସନ ୧୨/୧୭" ର ଶୁଭ ମହୁରତ, ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ଶ୍ରେୟାନ ଏବଂ ଭୂମିକା

ଭୁବନେଶ୍ବର:ଓଡିଆ ଫିଲ୍ମ "ଅପରେସନ ୧୨/୧୭" ଶିରୋନାମାରେ ରହିଛି । ଫିଲ୍ମର ପୋଷ୍ଟର ରିଲିଜ ହେବା ଦିନଠାରୁ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଶୁଭ ମୁହରତ ହୋଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଫିଲ୍ମର ସୁଟିଂ । ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଏବଂ ଅଭିନେତା ଶ୍ରେୟାନ। ଆସନ୍ତାବର୍ଷ ଜାନୁଆରୀରେ ରିଲିଜ ହେବ ଫିଲ୍ମ ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ଫିଲ୍ମ 'ଅପରେସନ ୧୨/୧୭'ର ଶୁଭ ମହୁରତ ହୋଇଯାଇଛି । ଓଡ଼ିଆ ବୀର ଯବାନଙ୍କ ଜୀବନଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ । ତେବେ ଶ୍ରୀ ସାଇ ସରଣମ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି ସୁଧାଂଶୁ ସାହୁ । ଏହାର ପ୍ରଯୋଜକ ହେଉଛନ୍ତି ଶୁଭ୍ରା ପଟ୍ଟନାୟକ । ସେହିପରି ଚଳଚ୍ଚିତ୍ରର କାହାଣୀର ସଂଳାପ ରଚନା କରିଛନ୍ତି ଆଗଧାଡ଼ିର ସଂଳାପକାର ଦିଲ୍ଲୀପ ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀର ଡିଓପି ପ୍ରଶାନ୍ତନୁ ମହାପାତ୍ର ।

ଫିଲ୍ମରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ନଜର ଆସିବେ । ଏଥିସହ ଲୋକପ୍ରିୟ କଳାକାର ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ତେବେ ସିନେମାରେ ପ୍ରଥମ ଥର ପାଇଁ ଭୂମିକା ଦାଶ ଏବଂ ଶ୍ରେୟାନଙ୍କ ଯୋଡ଼ି ଦେଖିବାକୁ ମିଳିବ । ଅଭିନେତା ଶ୍ରେୟାନ ଉଭୟ ସିନେମା ଓ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରି ସାରିଛନ୍ତି । ଫିଲ୍ମରେ ସେଲ୍‌ଫିସ୍‌ ଦିଲ୍‌ରେ ଶ୍ରେୟାନ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ସହ ନଜର ଆସିଥିଲେ । ଫିଲ୍ମରେ ଶ୍ରେୟାନ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ତେବେ ଏହି ଫିଲ୍ମରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିବେ ବୋଲି ଆଶା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ‘ହେ ରାମ’ର ଶୁଭ ମହୁରତ, ନିଆରା କାହାଣୀରେ ନଜର ଆସିବେ ଅଭିନେତା ସମ୍ବିତ

ଫିଲ୍ମର କାହାଣୀ କହିବାକୁ ଗଲେ, ଏହି ସିନେମାଟି ଜଣେ ସେନା ଯବାନଙ୍କ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ 3ଟି ସ୍ତରର ଭଲପାଇବା ଦେଖିବାକୁ ମିଳିବ । ଏଥିରେ ମା' ମମତାର ନିଚ୍ଛକ ଭଲପାଇବା ସହ ଜଣେ ଯବାନ ପତ୍ନୀଙ୍କ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିବ । ସତ୍ୟ ଘଟଣା ଉପରେ ଆଧାରିତ ଭିନ୍ନ ଏକ କାହାଣୀ ନିଶ୍ଚୟ ସମସ୍ତଙ୍କୁ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା କହିଛି । ଏହି ସିନେମା ଓଡ଼ିଆ ଦର୍ଶକଙ୍କ କେବଳ ଯେ ମନକୁ ଛୁଇଁବନି ବରଂ ଓଡ଼ିଆ ସିନେମା ଶିଳ୍ପ ପାଇଁ ଏକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details