ଓଡିଶା

odisha

ETV Bharat / state

ଉଚିତ ଦରମା ଦାବିରେ ଶ୍ରମିକଙ୍କ ଧାରଣା - khurdha

ଉଚିତ ଦରମା ଦାବିରେ ଭାରତ ଗ୍ୟାସ ଡ଼ିପୋରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଧାରଣା । କେନ୍ଦ୍ର ସରକାର ଦରମା 363ଟଙ୍କା ଧାର୍ଯ୍ୟ କରିଥିବା ବେଳେ ମିଳୁଛି ମାତ୍ର 300 ଟଙ୍କା ଦିଆଯାଉଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

By

Published : Jul 23, 2019, 8:52 PM IST

ଖୋର୍ଦ୍ଧା: ଉଚିତ ଦରମା ଦାବିରେ ଭାରତ ଗ୍ୟାସ ଡ଼ିପୋରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଧାରଣା । କାରଣ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଭାରତ ଗ୍ୟାସର 7ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

କାର୍ଯ୍ୟରତ ଶ୍ରମିକ ମାନଙ୍କୁ ପିଏଫ,ଇଏସଆଇ , ସମାନ କାମକୁ ସମାନ ଦରମା ଆଦିରୁ ବଞ୍ଚିତ କରାଯିବା ସହ ଦିନକର ମଜୁରୀ କେନ୍ଦ୍ର ସରକାର 363ଟଙ୍କା ଧାର୍ଯ୍ୟ କରାଯାଇଥିଲା । ହେଲେ ଭାରତ ଗ୍ୟାସ ଡ଼ିପୋରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ 300 ଟଙ୍କା ଦିଆଯାଉଛି ।

ଏ ସମ୍ପର୍କରେ ଭାରତ ଗ୍ୟାସର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ଆଜି ଶ୍ରମିକମାନେ ଭାରତ ଗ୍ୟାସ ଡିପୋ ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details