ଖୋର୍ଦ୍ଧା: ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ଜମିର କିସମ ପରିବର୍ତ୍ତନ ପାଇଁ ଏହି ଲାଞ୍ଚ ନେଉଥିଲେ ତହସିଲଦାର ବାବୁ । ଦୁର୍ନୀତିକୁ ରୋକିବା ପାଇଁ ସରକାର ଗୋଟିଏ ପଟେ ୫ଟି ଆଉ ମୋ ସରକାରର ନାରା ଦେଉଥିବା ବେଳେ ଦୁର୍ନୀତି କିନ୍ତୁ କମିବାରେ ନାଁ ଧରୁନାହିଁ ।
ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲ ରେ ପଡ଼ୁଛନ୍ତି । ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଦାରଙ୍କ ପାଖକୁ ଆସିଥିଲେ । ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବା ପରେ ମଧ୍ୟ କାମ ହୋଇପାରୁନଥିଲା । ତେବେ ସରକାରୀ କାମ କରାଇ ଦେବାକୁ ୪୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ଏହାକୁ ନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ନିକଟର ଅଭିଯୋଗ କରିଥିଲେ ।