ଖୋର୍ଦ୍ଧା: ବେଗୁନିଆ ତହସିଲ ପକ୍ଷରୁ ସୋମବାର ଦେଉଳି ଗ୍ରାମପଞ୍ଚାୟତର ଡଙ୍ଗରପଡା ଗ୍ରାମରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଜବରଦଖଲ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ସମନ ଜାରି କରାଯାଇଥିଲେ ମଧ୍ୟ ନ ମାନିବାରୁ ତହସିଲଦାର ଉଚ୍ଛେଦ କରିଛନ୍ତି ।
ସୂଚନା ଅନୁଯାୟୀ ଡଙ୍ଗରପଡା ଗ୍ରାମର ଅରକ୍ଷିତ ମହାରଣାଙ୍କ ଘର ସାମ୍ନାରେ ଦୀର୍ଘ ଦିନ ଧରି ଲଛମନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଏକ କ୍ୟାବିନ ପକାଇ ଜବରଦଖଲ କରି ରଖିଥିଲା । ଏହି ବିଷୟରେ ଅରକ୍ଷିତ ବେଗୁନିଆ ଥାନାରେ ଜଣାଇବା ପରେ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଲଛମନ କ୍ୟାବିନ ହଟାଇବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହାକୁ ଅଣଦେଖା କରି ଜବରଦଖଲ ହଟେଇ ନଥିଲେ ଲଛମନ ।