ଖୋର୍ଦ୍ଧା: କୋରୋନା ମହାମାରୀର ଦ୍ବିତୀୟ ଲହରୀ ଯୋଗୁଁ ଜିଲ୍ଲା ଏବେ ଚିନ୍ତାଜନକ ସ୍ଥିତିରେ ରହିଛି । ବେଗୁନିଆ ବ୍ଲକ ବେଗୁନିଆ ଏବଂ ଜାଗିରବାଡ଼ ଅଂଚଳଠାରୁ ଶରତ ପ୍ରଧାନଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ 3 ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ବେଗୁନିଆ ବ୍ଲକର ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଜିଲ୍ଲାରେ ଉପରମୁହାଁ କୋରୋନା ମହାମାରୀ । ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରେ ଅଧିକାଂଶ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ବେଗୁନିଆ ବ୍ଲକj ବେଗୁନିଆ ଏବଂ ଜାଗିରବାଡ଼ ଅଂଚଳରଠାରୁ ଶରତ ପ୍ରଧାନଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ ୩ ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ ସମ୍ପୃକ୍ତ ଅଞ୍ଚଳକୁ ଅଣୁ ଆବଦ୍ଧlଞ୍ଚଳ ଭାବେ ଘୋଷଣା କରିବା ପାଇଁ ଉପଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ ।
ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ସମ୍ପୃକ୍ତ ଅଞ୍ଚଳକୁ ଗୁରୁବାର ସନ୍ଧ୍ୟା ୭ଟାରୁ ଆସନ୍ତା ୫ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଆବଦ୍ଧlଞ୍ଚଳ ଘୋଷଣା କରିଛନ୍ତି । ଏହି ଗ୍ରାମକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ସମ୍ପୃକ୍ତ ଗ୍ରାମର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ।
ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ ପାଇଁ ନୋଡାଲ ଅଫିସର ଭାବେ ପଞ୍ଚାୟତପିଇଓ, ଅଗ୍ନିଶମ ବିଭାଗ ଷ୍ଟେସନ ଅଫିସର, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ସିଡିପିଓ ବେଗୁନିଆଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ତହସିଲଦାର ଏବଂ ବିଡିଓଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ବ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ