ଖୋର୍ଦ୍ଧା: ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ମାଗିବା ଅଡିଓ ଟେପ୍ ଖବର ପ୍ରସାରିତ ପରେ ବେଗୁନିଆ ଥାନା ଏସଆଇ ସୁଜାତା ପଲେଇଙ୍କୁ ନିଲମ୍ବିତ କଲେ ଖୋର୍ଦ୍ଧା ଏସପି । ସୂଚନା ମୁତାବକ ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ସହ ପ୍ରେମିକାକୁ ଦେଖା କରିବାକୁ ଦକ୍ଷିଣପରୀକ୍ଷତା ଗ୍ରାମକୁ ଯାଇଥିଲେ । ପୋଖରୀ କୂଳରେ ଯୁବକ ହର୍ଣ୍ଣ ମାରି ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ ।
ଯୁବକଙ୍କ ଭିଡିଓ ଭାଇରାଲ ଘଟଣା: ଲାଞ୍ଚ ମାଗି ବେଗୁନିଆ ଏସଆଇ ନିଲମ୍ବିତ - Begunia SI sujata palei suspend

13:56 January 15
ଏହାପରେ ଯୁବକଙ୍କୁ ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିବା ସହ ପୋଲିସ ପାଖରେ ଜିମା ଦେଇଥିଲେ । ପୋଲିସ 2 ଯୁବକଙ୍କୁ ଗିରଫ କରିବା ସହ ମାମଲାଟିକୁ ରଫାଦଫା କରିବା ପାଇଁ ଗିରଫ ଯୁବକଙ୍କ ପରିବାକୁ ଲାଞ୍ଚ ମାଗିଥିଲେ । ଏପରିକି ଗିରଫ ଯୁବକଙ୍କ ପରିବାର ଠିକ୍ ସମୟରେ ଥାନାରେ ପହଞ୍ଚି ଲାଞ୍ଚ ନଦେବାରୁ ମାମଲାଙ୍କୁ ଆହୁରି କଠୋର କରିବାକୁ ଫୋନରେ ଧମକ ଦେଇଥିଲେ ଏସଆଇ ସୁଜାତା ପଲେଇ । ଏ ସମ୍ପର୍କିତ ଏକ ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ବୁଧବାର ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ ସସପେଣ୍ଡ କରିଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ