ଓଡିଶା

odisha

ETV Bharat / state

ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ଚଢାଉ, ୫ ଗାଡି ଜବତ - ବେଗୁନିଆ ଅଞ୍ଚଳ

ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ମାଙ୍କଡା ପଥର ଚୋରା ଚାଲାଣକାରୀଙ୍କ ରାଜ । ତେବେ ମାଙ୍କଡ଼ାପଥର ଚୋରା ଚାଲାଣ ବେଳେ ବେଗୁନିଆ ପୋଲିସ ପକ୍ଷରୁ ଚଢାଉ କରି ପାଞ୍ଚ ଗୋଟି ଗାଡି ଜବତ କରାଯାଇଛି । ଅଧିକ ପଢନ୍ତୁ...

begunia police raid while transporting minerals illegally
ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ଚଢାଉ, ୫ଟି ଗାଡି ଜବତ କଲା ପୋଲିସ

By

Published : Oct 22, 2020, 12:50 PM IST

ଖୋର୍ଦ୍ଧା: ଖଣି ଚୋରି ଧରା ପଡ଼ିବା ପରେ ଏହି ଚୋର ବର୍ଗ ଏବେ ରାଜ୍ୟର ଲଘୁ ଖଣିଜ ପଦାର୍ଥ ଚୋରି କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ବିଶେଷକରି ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ମାଙ୍କଡା ପଥର ଚୋରାଚାଲାଣକାରୀଙ୍କ ରାଜ । ଚୋରା ଚାଲାଣକାରୀ ମାନେ ବେଆଇନ ପଥର ଖଣି ଖୋଳି ଲୁଟୁଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ ।

ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ଚଢାଉ, ୫ଟି ଗାଡି ଜବତ କଲା ପୋଲିସ

ତେବେ ଆଜି(ଗୁରୁବାର) ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ବେଗୁନିଆ ପୋଲିସ ପକ୍ଷରୁ ଚଢାଉ କରି ପାଞ୍ଚ ଗୋଟି ଗାଡି ଜବତ କରିଛି । ଜବତ ସମସ୍ତ ଗାଡି ବେଗୁନିଆ ଥାନାରେ ରହିଥିବା ବେଳେ ଏହି ଗାଡିଗୁଡିକ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣ କରୁଥିଲେ ।

ଏକା ସଙ୍ଗେ ୫ ଗୋଟି ଗାଡି ଜବତ ହେବାପରେ ଏହାକୁ ନେଇ ମାଫିଆଙ୍କ ମଧ୍ୟରେ ଛନକା ପଶି ଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details