ଓଡିଶା

odisha

ETV Bharat / state

ହଜାରେ ଲିଟର ପୋଚ ନଷ୍ଟ, ଜଣେ ଗିରଫ - ଖୋର୍ଦ୍ଦା ଖବର

ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ମଦ ତିଆରି ସାମଗ୍ରୀ ଜବତ କଲା ବେଗୁନିଆ ପୋଲିସ । ଘଟଣାସ୍ଥଳରୁ ମଦ ରାନ୍ଧୁଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ବିପୁଳ ପରିମାଣରେ ପୋଚ ନଷ୍ଟ କରିବା ସହ ଜଣେ ମହିଳାଙ୍କୁ ଗିରଫ କଲା ପୋଲିସ
ବିପୁଳ ପରିମାଣରେ ପୋଚ ନଷ୍ଟ କରିବା ସହ ଜଣେ ମହିଳାଙ୍କୁ ଗିରଫ କଲା ପୋଲିସ

By

Published : Jul 11, 2020, 6:03 PM IST

ଖୋର୍ଦ୍ଧା: ଲକଡାଉନ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବେଗୁନିଆ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ଶିନିବାର କଣ୍ଟାବାଡ କାଜୁ ଜଙ୍ଗଲରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ଜବତ କରି ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଛନ୍ତି ବେଗୁନିଆ ପୋଲିସ ।

ବିପୁଳ ପରିମାଣରେ ପୋଚ ନଷ୍ଟ କରିବା ସହ ଜଣେ ମହିଳାଙ୍କୁ ଗିରଫ କଲା ପୋଲିସ

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ ଅଞ୍ଚଳରେ ବହୁ ଦିନ ହେବ ଦେଶୀ ମଦ ରନ୍ଧା ହୋଇ ବିକ୍ରି ହେଉଥିବା ଖବର ପୋଲିସ ପାଇଥିଲା । କିନ୍ତୁ ଶନିବାର ବିଶେଷ ସୂତ୍ରରୁ ମଦରନ୍ଧା ଖବର ପାଇଁ ବେଗୁନିଆ ପୋଲିସ କଣ୍ଟାବାଡ କାଜୁ ଜଙ୍ଗଲରେ ଚଢାଉ କରିଥିଲା । ଚଢାଉ ସମୟରେ ମଦ ରାନ୍ଧୁଥିବା ବେଳେ ଦୀପା ସାହୁ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ବେଗୁନିଆ ପୋଲିସ । ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଚଢାଉ ବେଳେ ମଦ ପାଇଁ ବ୍ୟବହୃତ ସାମଗ୍ରୀ ସହ ୧ ହଜାର ଲିଟରରୁ ଊର୍ଦ୍ଧ୍ବ ପୋଚ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ସହ ଜବତ ମଦ ତିଆରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବେଗୁନିଆ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details