ଖୋର୍ଦ୍ଧା: ‘ଆସ ଆମେ ଗାଁ କୁ ଯିବା, ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା’। ଏଭଳି ଏକ ଭିନ୍ନ ଧରଣର ନିଆରା ପ୍ରୟାସ ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତରୁ ଆରମ୍ଭ କରିଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ। ଗ୍ରାମାଞ୍ଚଳରେ ରହୁଥିବା ବହୁ ଗରିବ ଜନସାଧାରଣ ସରକାର ଯୋଗାଉଥିବା ବହୁ ଜନକଲ୍ୟାଣ ଯୋଜନାରୁ ବାଦ ପଡି ଦଲାଲଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି । ଏପରି ଅବସ୍ଥାରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏକ ଭିନ୍ନ ପ୍ରୟାସ ଆପଣାଇଛନ୍ତି ।
ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ - ଅଭିଯୋଗ ଶୁଣିଲେ ବିଧାୟକ
‘ଆସ ଆମେ ଗାଁ କୁ ଯିବା, ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା’। ଏଭଳି ଏକ ଭିନ୍ନ ଧରଣର ନିଆରା ପ୍ରୟାସ ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତରୁ ଆରମ୍ଭ କରିଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ। ଅଧିକ ପଢନ୍ତୁ...
ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ଅଭିଯୋଗ ଶୁଣିଲେ ବିଧାୟକ
ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଏବଂ ତୁରନ୍ତ କାର୍ଯ୍ୟକାରୀ ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। ଏହି ନିଆରା ପ୍ରୟାସକୁ ବହୁ ମାତ୍ରାରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଛି । ସେହିପରି ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଗ୍ରାମରେ ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ। ତେବେ ବିଧାୟକଙ୍କ ଏହି ନିଆରା କାର୍ଯ୍ୟକ୍ରମ ଦ୍ବାରା ସାଧାରଣ ଲୋକ କେତେ ଉପକୃତ ହେଉଛନ୍ତି ତାହା ଦେଖିବା ବାକି ରହିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ