ଓଡିଶା

odisha

ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାର ବନ୍ଦ - ୫୦ ଦିନର ଧାରଣା

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାରରେ ବନ୍ଦ ପାଳନ । ଅଧିକ ପଢନ୍ତୁ

Begunia market closed
Begunia market closed

By

Published : Jul 10, 2023, 10:12 AM IST

ବେଗୁନିଆ ବଜାର ବନ୍ଦ

ଖୋର୍ଦ୍ଧା: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାରରେ ବନ୍ଦ ପାଳନ । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ୫୦ ଦିନର ଧାରଣା ପରେ ଆଜିଠାରୁ ଖୋର୍ଦ୍ଧା-ବଲାଙ୍ଗିର ଏନ୍‌ଏଚ୍‌-୫୭ ଅବରୋଧ କରି ପ୍ରତିବାଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ ।

ତେବେ ଅବ୍ୟବସ୍ଥା ଭିତରେ ରହିଛି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଥିବା ବ୍ରିଟିଶ ଅମଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଯାହାକୁ ନେଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଜାତୀୟ ରାଜପଥ ୫୭କୁ ଅବରୋଧ କରିବା ସହ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି । ରାଜପଥ ଅବରୋଧ ଦ୍ବାରା ଶହଶହ ଗାଡ଼ି ରାଜପଥରେ ଅଟକି ରହିଥିବା ଦେଖିବାକୁ ମିଳିଛି । ବେଗୁନିଆରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଏଚସି କରିବା ଦାବିରେ ଦୀର୍ଘ ୫୦ ଦିନ ଧରି ମେଡିକାଲ ଆଗରେ ଗଣ ସତ୍ୟାଗ୍ରହ ଜାରି ରହିବା ସତ୍ତ୍ବେ ସରକାର ସ୍ବାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିନଥିବା ଅଭିଯୋଗ ହୋଇଥିଲା । ଆଉ ଏହାର ପ୍ରତିବାଦ କରି ଆଜି(ସୋମବାର) ଜାତୀୟ ରାଜ୍ୟପଥକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ ଡାକରା ଦେଲା ସ୍ବାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି

ବେଗୁନିଆରେ ଥିବା ବିଟ୍ରିଶ ଅମଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ କରିବା ନେଇ ଦୀର୍ଘ ୩୦ ବର୍ଷ ଧରି ଦାବି କରି ଆସୁଛନ୍ତି ବେଗୁନିଆ ଜନସାଧାରଣ । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତର ଦେଢ଼ ଲକ୍ଷ ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ନିରାଶ ହୋଇ ଫେରୁଛନ୍ତି । ତେଣୁ ଏନେଇ ବାରମ୍ବାର ଦାବି, ଆନ୍ଦୋଳନ ଏବଂ ଗଣ ସତ୍ୟାଗ୍ରହ ପରେ ଶେଷରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ଡାକରା ଦେଇଛନ୍ତି । ଅଞ୍ଚଳର ମହିଳା, ପୁରୁଷ ,ବୁଦ୍ଧିଜୀବୀ ଏବଂ ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଦଳକୁ ଭୁଲି ସବୁ ବର୍ଗର ଲୋକ ଏକ ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ୫୭ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ସହ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ଦାବି କରିଛନ୍ତି । ସେହିପରି ଏହି ଆନ୍ଦୋଳନକୁ ସମର୍ଥନ କରି ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ରୋକଠୋକ୍‌ କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details