ଓଡିଶା

odisha

ETV Bharat / state

ପ୍ରଶାସନ ସହ ଆଲୋଚନା ବିଫଳ: ଜାରି ରହିବ ଆନ୍ଦୋଳନ - ଖୋର୍ଦ୍ଧାରେ ଆନ୍ଦୋଳନ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଗତକାଲି ଠାରୁ ବେଗୁନିଆ ବଜାର ବନ୍ଦ ଡାକରା ଦିଆଯାଇଛି । ବିଧାୟକ ରାଜନୈତିକ ଉଦ୍ଦେଶ୍ୟରେ ଭାବେ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ପ୍ରଣୋଦିତ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

begunia market bandh
begunia market bandh

By

Published : Jul 11, 2023, 9:52 AM IST

Updated : Jul 11, 2023, 10:49 AM IST

begunia market bandh

ଖୋର୍ଦ୍ଧା: ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାର ବନ୍ଦ କରିଛି ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ବେଗୁନିଆ । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କରିବା ଦାବିରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ୫୦ ଦିନର ଧାରଣା ପରେ ଖୋର୍ଦ୍ଧା-ବଲାଙ୍ଗିର ଏନ୍‌ଏଚ୍‌-୫୭ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଏନେଇ ଗତକାଲି ଘଟଣାସ୍ଥଳରେ ବିଧାୟକ ପହଞ୍ଚି ରାଜନୈତିକ ଉଦ୍ଦେଶ୍ୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ଉପସ୍ଥିତ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦାବି ପୂରଣ ହୋଇ ନଥିବାରୁ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନକାରୀଙ୍କୁ ଉପଜିଲ୍ଲାପାଳ ଭେଟିବା ପରେ କ୍ରିୟାନୁଷ୍ଠାନ କମିଟିର ଏକ ୭ ଜଣିଆ ଟିମ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ବର ଯାଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆନ୍ଦୋଳନ ରୂପରେଖ ସ୍ପଷ୍ଟ ହେବ ।

ସୂଚନା ଥାଉକି, ବେଗୁନିଆରେ ଥିବା ବିଟ୍ରିଶ ଅମଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୂପାନ୍ତରିତ କରିବା ନେଇ ଦୀର୍ଘ ୩୦ ବର୍ଷ ଧରି ଦାବି କରି ଆସୁଛନ୍ତି ବେଗୁନିଆ ଜନସାଧାରଣ । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତର ଦେଢ଼ ଲକ୍ଷ ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ନିରାଶ ହୋଇ ଫେରୁଛନ୍ତି । ଏନେଇ ଗତକାଲିଠାରୁ ବନ୍ଦ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛି କ୍ରିୟାନୁଷ୍ଠାନ କମିଟି । କମିଟିର ଏହି ବନ୍ଦ ଡାକରାକୁ ଆଖପାଖ ଅଞ୍ଚଳର ଗ୍ରାମବାସୀ, ବିଭିନ୍ନ ମହିଳା ଗୋଷ୍ଠୀ, ବେଗୁନିଆ ବଜାର କମିଟି, ନବ ନିର୍ମାଣ କୃଷକ ସଙ୍ଗଠନ, ଭାରତୀୟ ମଜଦୁର ସଙ୍ଘର ଖୋର୍ଦ୍ଧା ଶାଖା ସମର୍ଥନ କରିଛନ୍ତି । ବେଗୁନିଆ ବନ୍ଦ ଫଳରେ ସକାଳ ୭ଟାରୁ ବେଗୁନିଆ ବନ୍ଦ ଫଳରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଯାତାୟାତ ଠପ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାର ବନ୍ଦ

ଦୀର୍ଘ ୮ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବା ପରେ ଆନ୍ଦୋଳନକାରୀଙ୍କ ପାଖରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ଦାସ, ବିଡିଓ ଲକ୍ଷ୍ମୀଧର ସାହୁ ପହଞ୍ଚି ଆଲୋଚନା କରି ନିରାଶ ହୋଇଥିଲେ । ଏହାର କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଏବଂ ବିଜେଡି ରାଜ୍ୟ ସଂପାଦକ ପ୍ରଦୀପ କୁମାର ସାହୁ । ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ଉପସ୍ଥିତ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା । ବିଧାୟକ ବିଳମ୍ବରେ ଆନ୍ଦୋଳନ ସ୍ଥାନରେ ପହଞ୍ଚି ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନକାରୀକୁ ଅନୁରୋଧ କଲେ । କିନ୍ତୁ ଆନ୍ଦୋଳନକାରୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଆସିବା ପାଇଁ କହିଥିଲେ । ସେପଟେ ଦାବି ନଶୁଣିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଖୋଲା ଚେତାବନୀ ଦେଇଛି କ୍ରିୟାନୁଷ୍ଠାନ କମିଟି ।

ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ବନ୍ଦକୁ ନର୍ବନିର୍ମାଣ କୃଷକ ସଂଗଠନ, ଭାରତୀୟ ମଜୁଦୂର ସଂଘ ସହ ବଜାର କମିଟି କର୍ମକତା ସାମିଲ ହୋଇଥିବା ବେଳେ ବେଗୁନିଆରେ ଅଖ ଚକ ବନ୍ଦ କରିଥିଲେ । ସେହିଭଳି ଶହଶହ ସଂଖ୍ୟାରେ ମହିଳାମାନେ ଆନ୍ଦୋଳନରେ ସାମିଲ ହୋଇ ଧାରଣା ଦେଇଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି । ଅନ୍ୟପଟେ ସୁରକ୍ଷା ଦୁଷ୍ଟିରୁ ଖୋର୍ଦ୍ଧା ଏସ୍‌ଡିପିଓ ନେତୃତ୍ବରେ ୨ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ଛକ ମାନଙ୍କରେ ମୁତୟନ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 11, 2023, 10:49 AM IST

ABOUT THE AUTHOR

...view details