ଓଡିଶା

odisha

ETV Bharat / state

୪୮ ଘଣ୍ଟା ସଟଡାଉନ ବେଗୁନିଆ ବ୍ଳକ କାର୍ଯ୍ୟାଳୟ - ୪୮ ଘଣ୍ଟା ସଡଡାଉନ

ବେଗୁନିଆ ବ୍ଳକ କାର୍ଯ୍ୟାଳୟର ୨ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି ବୋଲି ବିଡିଓ କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

begunia  Block Office close to be 48 hours due to corona identify
୪୮ ଘଣ୍ଟା ସଡଡାଉନ ବେଗୁନିଆ ବ୍ଳକ କାର୍ଯ୍ୟାଳୟ

By

Published : Sep 4, 2020, 5:09 PM IST

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି । ବେଗୁନିଆ ବ୍ଳକ କାର୍ଯ୍ୟାଳୟର ୨ ଜଣ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡିଯାଇଛି ।

୪୮ ଘଣ୍ଟା ସଡଡାଉନ ବେଗୁନିଆ ବ୍ଳକ କାର୍ଯ୍ୟାଳୟ

ବ୍ଳକ ଅଫିସର କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ଓ ସଂକ୍ରମଣକୁ ଏଡାଇବା ପାଇଁ ବେଗୁନିଆ ବ୍ଳକ କାର୍ଯ୍ୟାଳୟକୁ ଶନିବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ବିଡିଓ । ଏହି ସମୟରେ ବ୍ଳକ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ବିଡିଓ ସୂଚନା ଦେଇଛନ୍ତି ।

ସେହିପରି ବେଗୁନିଆ ଅଞ୍ଚଳରୁ ଆଜି ୧୧ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ବେଗୁନିଆ ବ୍ଳକ ଅଞ୍ଚଳରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details