ଓଡିଶା

odisha

ETV Bharat / state

Panchayat Election: କୁଆଡେ ଗଲେ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ ? - ପଞ୍ଚାୟତ ନିର୍ବାଚନ ପ୍ରଚାର ବେଗୁନିଆ ବୋଲଗଡ

କୁଆଡେ ଗଲେ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ । ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ତୃଣମୂଳ ସ୍ତରର ରାଜନୀତି । କିପରି ଲୋକମତକୁ ନିଜ ଦଳ ପ୍ରତି ଆକୃଷ୍ଟ କରିହେବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ବହୁ ହେଭିୱେଟ ନିର୍ବାଚନ ପ୍ରଚାର ମୈଦାନ ଅଛନ୍ତି । ଅଧିକ ପଢନ୍ତୁ

କୁଆଡେ ଗଲେ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ
କୁଆଡେ ଗଲେ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ

By

Published : Feb 9, 2022, 7:02 AM IST

ଖୋର୍ଦ୍ଧା: କୁଆଡେ ଗଲେ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ । ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ତୃଣମୂଳ ସ୍ତରର ରାଜନୀତି । କିପରି ଲୋକମତକୁ ନିଜ ଦଳ ପ୍ରତି ଆକୃଷ୍ଟ କରିହେବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ବହୁ ହେଭିୱେଟ ନିର୍ବାଚନ ପ୍ରଚାର ମୈଦାନରେ ଅଛନ୍ତି ।

କୁଆଡେ ଗଲେ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ

ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରୁ ଦଳୀୟ ବିଧାୟକ ପ୍ରାର୍ଥୀ ହୋଇଥିବା ଋଷଭ ନନ୍ଦଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଦେଖିବାକୁ ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପୋଷ୍ଟର କି ବ୍ୟାନରରେ ଋଷଭଙ୍କ ଫଟୋ ନଥିବା ଦେଖାଯାଉଛି ।

ଚର୍ଚ୍ଚା ହେଉଛି ଋଷଭ କୁଆଡେ ସାଂସଦ ଅପରାଜିତାଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ବେଗୁନିଆ ବୋଲଗଡ ବିଜେପି ନେତା ପଦରୁ ଇସ୍ତଫା ଦେଇଛନ୍ତି । ଋଷଭ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ କର୍ମକର୍ତ୍ତାଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି ତାଙ୍କ ଅନୁଗତ ତଥା ସମର୍ଥକ ପ୍ରଦୀପ୍ତ ମଙ୍ଗରାଜ । ସେହିପରି ପ୍ରଦୀପ୍ତ ସାଂସଦ ଅପରାଜିତାଙ୍କ ସ୍ବେଛାଚାରିତା ମନୋଭାବ ପାଇଁ ସେ ବିଜେପି ବିରୁଦ୍ଧରେ ପ୍ରାର୍ଥୀ ହୋଇଥିବା କହିଛନ୍ତି ।

ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ବିଜେପି 6ଟି ଜିଲ୍ଲାପରିଷଦ ଆସନରୁ 3 ଟି ଆସନ ହାତେଇଥିବା ବେଳେ ଚଳିତଥର ସାଂସଦ ଅପରାଜିତଙ୍କ ପାଇଁ ତାହା ମୂଳପୋଛ ହେବ ବୋଲି କର୍ମୀ କୁହାକୁହି ହେଉଛନ୍ତି । ସେପଟେ ବିଭିନ୍ନ ଜିଲ୍ଲାପରିଷଦ ଜୋନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛନ୍ତି ଅସନ୍ତୁଷ୍ଟ ବିଜେପି ପ୍ରାର୍ଥୀ । ଆଉ ଏଭଳି ସ୍ଥିତିରେ ବିଜେପି ହାତରୁ ବେଗୁନିଆ ବୋଲଗଡ ଅଞ୍ଚଳର ସମସ୍ତ ଜିଲା ପରିଷଦ ଆସନ ଖସିଯିବ ବୋଲି ଚର୍ଚ୍ଚା ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details