ଖୋର୍ଦ୍ଧା: 4.2 କିମି ରାସ୍ତା ନିର୍ମାଣକୁ ବିତିଯାଇଛି 2 ବର୍ଷ । ହେଲେ ଏଯାଏଁ ସରୁନି ରାସ୍ତା କାମ । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ହେଉଥିବା ବିଭାଗୀୟ ଯନ୍ତ୍ରୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ ଏବେ ସତ୍ତ୍ବେ କେହି କର୍ଣ୍ଣପାତ କରୁ ନାହାଁନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା 57ନଂ ଜାତୀୟ ରାଜପଥ ବେଗୁନିଆ ଠାରୁ ରାଜ୍ୟ ରାଜପଥ 48 ବଡ଼ବେରଣା ପର୍ଯ୍ୟନ୍ତ ।
4.2 କିମି ରାସ୍ତା ପାଇଁ 20-10-16 ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହି ରାସ୍ତା 19-9-17ରେ ସାରିବା ପାଇଁ ନିର୍ଦ୍ଦେଶ ରହିଥିଲା । ଠିକାଦାରର ମନମୁଖୀ କାର୍ଯ୍ୟ ପାଇଁ କାର୍ଯ୍ୟ ଅବଧି ସରିବାର ଦୀର୍ଘ 2ବର୍ଷ ବିତିଯାଇଥିଲେ ମଧ୍ୟ ସରିପାରିନି କାମ । ଏହି ରାସ୍ତା କାମ ସରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି । ଦୈନିକ ଶହଶହ ଲୋକ ଏହି ରାସ୍ତାଦେଇ ବ୍ଲକ ମୁଖ୍ୟାଳୟକୁ ଯାଉଥିବାରୁ ଏହି ଅସମ୍ପୂର୍ଣ୍ଣ ରାସ୍ତା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।