ଖୋର୍ଦ୍ଧା: ଗାଡ ଭାଲୁର ମୃତ ଦେହ ଉଦ୍ଧାର । ଏହି ଭାଲୁଟିକୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଚିଲିକା କୂଳରେ ପାଟ୍ରୋଲିଂ କରୁଥିବା ବେଳେ ଉଦ୍ଧାର କରିଛନ୍ତି ।
ମୃତ ଗାଡ଼ ଭାଲୁ ପୁରୁଷ ହୋଇଥିବା ବେଳେ ତାର ବୟସ ୧ ବର୍ଷ ହେବ ବୋଲି ଜଣାପଡିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ଭାଲୁର ଶବକୁ ଟାଙ୍ଗୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ଜଙ୍ଗଲରେ ପୋତି ଦିଆଯାଇଛି ।