ଓଡିଶା

odisha

ETV Bharat / state

ଲିଙ୍ଗରାଜ ମନ୍ଦିରରେ ବିଡିଏ ଉପାଧ୍ୟକ୍ଷ, ବିଭିନ୍ନ କାର୍ଯ୍ୟକୁ ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ - ଲିଙ୍ଗରାଜ ମନ୍ଦିର ସ୍ଥିତି ଅନୁଧ୍ୟାନ

ଲିଙ୍ଗରାଜ ମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ । ହକି ବିଶ୍ୱକପ ଥିବାରୁ ବିଭିନ୍ନ ଅଧୁରା କାର୍ଯ୍ୟକୁ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଲିଙ୍ଗରାଜ ମନ୍ଦିରରେ ବିଡିଏ ଉପାଧ୍ୟକ୍ଷ
ଲିଙ୍ଗରାଜ ମନ୍ଦିରରେ ବିଡିଏ ଉପାଧ୍ୟକ୍ଷ

By

Published : Dec 17, 2022, 9:15 PM IST

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱର ସ୍ଥିତି ଅନୁଧ୍ୟାନ କଲେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ । ହକି ବିଶ୍ୱକପ ଆୟୋଜନକୁ ଦୃଷ୍ଟିରେ ରଖି ବିଭିନ୍ନ ଅଧୁରା କାର୍ଯ୍ୟକୁ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ କେତେଦୂର ପାଳନ ହେଉଛି ତାକୁ ପୁଣି ୭ ଦିନ ମଧ୍ୟରେ ଅନୁଧ୍ୟାନ କରାଯିବ ବୋଲି ସେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ।

ଲିଙ୍ଗରାଜ ମନ୍ଦିରରେ ବିଡିଏ ଉପାଧ୍ୟକ୍ଷ

ବିଡିଏ ଉପାଧ୍ୟକ୍ଷଙ୍କ ଏହି ଗସ୍ତ ବେଳେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ, ASI ଅଧିକାରୀ, ମନ୍ଦିର ପ୍ରଶାସନ, ୱାଟକୋ ବିଭାଗ, ପୂର୍ତ୍ତ ବିଭାଗ ସମେତ ବିଏମସିର ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତ ଥିଲେ । ପରିମଳ ଓ ଯାତାୟତ ପାଇଁ ରାସ୍ତାଘାଟରେ ଯେଭଳି କୌଣସି ସମସ୍ୟା ନରୁହେ ଏବଂ ଜବରଦଖଲକୁ ଆଦୌ ପ୍ରଶ୍ରୟ ନଦେବାକୁ ସ୍ପଷ୍ଟ କରିଛନ୍ତି ବିଡିଏ ଉପାଧ୍ୟକ୍ଷ । ବିଶ୍ୱକପ ଅବସରରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବାକୁ ଥିବାବେଳେ ସେମାନଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି ଏହି ବରିଷ୍ଠ ଅଧିକାରୀ ।

ଲିଙ୍ଗରାଜ ମନ୍ଦିରରେ ବିଡିଏ ଉପାଧ୍ୟକ୍ଷ

ବିଶ୍ବକପ ପାଇଁ ଦେଶ ବିଦେଶରୁ ଆମ ରାଜ୍ୟକୁ ଆସୁଥିବା ଦର୍ଶକ ଓ ପର୍ଯ୍ୟଟକ ଯେଭଳି ଭୁବନେଶ୍ୱର ସହର ପ୍ରତି ଏକ ଭଲ ଅନୁଭବ ନେଇ ଫେରିବେ ସେଥିପାଇଁ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯାଉଛି । ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନ ଓ ଧଉଳି ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ଏହି ବରିଷ୍ଠ ଅଧିକାରୀ ଦଳ । ତେବେ ଆଜି ଗସ୍ତ ସମୟରେ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ଯାଇ ମନ୍ଦିର ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀ ।

ଲିଙ୍ଗରାଜ ମନ୍ଦିରରେ ବିଡିଏ ଉପାଧ୍ୟକ୍ଷ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details