ଭୁବନେଶ୍ବର: ବେଆଇନ ପାର୍କିଂ ଫି ଆଦାୟ ନେଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କଲେ ବିଡିଏ କର୍ତ୍ତୃପକ୍ଷ । ସ୍ମାର୍ଟସିଟି ଭୁବନେଶ୍ବର ଆଇନକୁ ସମ୍ମାନ ଦେଇ ଓ ଜନମଙ୍ଗଳକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରାଯାଇଛି।
ବିଡିଏ ପକ୍ଷରୁ ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି
ଭୁବନେଶ୍ବର ଉନ୍ନୟନ କତ୍ତୃପକ୍ଷ ବିଭିନ୍ନ ମଲରେ ପାର୍କିଂ ସ୍ଥାନ ସରଂକ୍ଷିତ ରଖିବା ଏବଂ ବେଆଇନ ପାର୍କିଂ ଫି ଉପରେ ରୋକ ଲଗେଇବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ବେଧଡକ୍ ପାର୍କିଂ ଫି ଆଦାୟ କରାଯାଉଛି। ନିୟମକୁ ମଲ୍ ମାଲିକଙ୍କର ଅବମାନନା ବିଡିଏ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ବିଡିଏ ପକ୍ଷରୁ ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି
ଭୁବନେଶ୍ବରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାର୍କିଂ ସ୍ଥାନ ବିଡିଏ ପ୍ଲାନରେ ଥିବା ବେଳେ ସେହି ସ୍ଥାନର ଅପବ୍ୟବହାର କରି ବେଆଇନ ପାର୍କିଂ ଫି ଜନସାଧାରଣଙ୍କ ଠାରୁ ଆଦାୟ କରିବା ଏବଂ ବାରମ୍ବାର ତାଗିଦ ସତ୍ତ୍ବେ ବିଡିଏ ନିର୍ଦେଶନାମାକୁ ବେଖାତିର କରୁଥିଲେ । ଏହାପରେ ଆଜି(ସୋମବାର) ଭୁବନେଶ୍ବର ଉନ୍ନୟନ କତ୍ତୃପକ୍ଷ ରାଜଧାନୀରେ ଥିବା ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ।
ଯଦି ୭ ଦିନ ଭିତରେ ପ୍ରତ୍ୟେକ ମଲ ଏବଂ ହସ୍ପିଟାଲ ଗୁଡିକ ପାର୍କିଂ ସ୍ଥାନ ମହଜୁଦ ରଖିବା, ପାର୍କିଂ ଦେୟମୁକ୍ତ ନକରନ୍ତି ତେବେ ୧୯୮୨ ଓଡିଏ ଆକ୍ଟ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ବିଡିଏ ପକ୍ଷରୁ ନୋଟିସରେ ସ୍ପଷ୍ଟ କରାଯାଇଛି।
ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ