ଓଡିଶା

odisha

ଛାତ୍ର ବିଜେଡି ଓ ବିଜୁ ଶ୍ରମିକ ସାମୁଖ୍ୟ ପାଳିଲା ଶ୍ରମିକ ଦିବସ

By

Published : May 1, 2023, 11:00 PM IST

ଶ୍ରମିକ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ରଛାତ୍ରୀ । ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ମାସିକ ଘରୋଇ ରାସନ ପ୍ରଦାନ କରିଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା । ସେହିଭଳି ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ମଧ୍ୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଛି । ଅଧିକ ପଢ଼ନ୍ତୁ

ଛାତ୍ର ବିଜେଡି ଓ ବିଜୁ ଶ୍ରମିକ ସାମୁଖ୍ୟ ପାଳିଲା ଶ୍ରମିକ ଦିବସ
ଛାତ୍ର ବିଜେଡି ଓ ବିଜୁ ଶ୍ରମିକ ସାମୁଖ୍ୟ ପାଳିଲା ଶ୍ରମିକ ଦିବସ

ଭୁବନେଶ୍ବର: ଶ୍ରମିକ ମାନେ ହେଉଛନ୍ତି ବିଶ୍ଵ ଗଠନର ଏକମାତ୍ର ମେରୁଦଣ୍ଡ । ଶ୍ରମିକ ମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ ଓ ଦେଶପ୍ରତି ଅବଦାନ ପ୍ରଶଂସନୀୟ । ଶ୍ରମିକ ମାନେ ହିଁ ହେଉଛନ୍ତି ପ୍ରତ୍ୟେକ ନିର୍ମାଣର ବିଶ୍ଵକର୍ମା । ତେବେ ସେହି ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୧ ତାରିଖକୁ ବିଶ୍ଵ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ତେବେ ଆଜି ଶ୍ରମିକ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ରଛାତ୍ରୀ । ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ମାସିକ ଘରୋଇ ରାସନ ପ୍ରଦାନ କରିଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ।

ଦୈନନ୍ଦିନ ଜୀବନରେ ଶ୍ରମିକ ମାନଙ୍କର ମହତ୍ତ୍ଵ, ଉପସ୍ଥିତି ଓ ସେମାନଙ୍କ କାର୍ଯ୍ୟକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର ନେତା ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅରୁପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦକ ରଶ୍ମି ରଞ୍ଜନ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ସିମ୍ରନ୍ ସିଂହ ରାଜପୁତ, ବିଶ୍ଵବିଦ୍ୟାଳୟର ଛାତ୍ର ନେତା ସନ୍ତୋଷ ମାଝୀ, ସଚ୍ଚିକାନ୍ତ ସାହୁ, ରୁଦ୍ର ପଟ୍ଟନାୟକ, ବିଶ୍ବଜିତ୍ ଯତୀନ ପାତ୍ର, ହିତେଶ ମଲ୍ଲିକ, ଓଂକାର ନନ୍ଦ, ରାଜେନ୍ଦ୍ର ସାହୁ, ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଥିଲା । ସାମୁଖ୍ୟର ବରିଷ୍ଠ ନେତା ନବକିଶୋର ମହାନ୍ତି ଏଥିରେ ସଭାପତିତ୍ବ କରିଥିଲେ । ସଭାରେ ସମ୍ପାଦକ ବିକ୍ରମ ନାୟକ ସ୍ବାଗତ ଭାଷଣ ଦେବା ପରେ ସାମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଓଡିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶ୍ରମ ଦିବସରେ ଶ୍ରମିକ ମାନଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ, ସେମାନଙ୍କ ଦାବି ହାସଲ ପାଇଁ ଅହରହ ସଂଘର୍ଷ, ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ବିରୋଧୀ ନୀତି ବିଷୟରେ ଆଲୋଚନା ହୋଇଥିଲା ।

ଲେବର ବୋର୍ଡ, ଭାରତ ବର୍ଷର ଇତିହାସକୁ ପରିବର୍ତ୍ତନ କରିବା ବୈଜ୍ଞାନିକ ଚିନ୍ତାଧାରାକୁ ବାଦ ଦେଇ ଅବୈଜ୍ଞାନିକ ଚିନ୍ତାଧାରା ଓ ଶିକ୍ଷା ସିଲାବସରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଷଡ଼ଯନ୍ତ୍ର ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଏକକ ସଂଘର୍ଷ ଜାରି ରଖିବାକୁ ବୈଠକରେ ଆହ୍ବାନ ଦିଆଯାଇଛି । ସାମୁଖ୍ୟର ରାଜ୍ୟ ନେତା ରାଜୀବ ମହାନ୍ତି, ପଦ୍ମନ ସାମଲ, ରାଧାକାନ୍ତ ମାଝୀ, ସୁଦୀପ ମହାନ୍ତି, ଦିବ୍ୟରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details